ଭୂବନେଶ୍ୱର : ଧାନ କିଣା ଅବଧି ସରିଥିଲେ ବି ସମସ୍ତ ଟୋକନରୁ ଧାନ କିଣିବେ ସରକାର । ଏନେଇ ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।ସରକାର ୧୯ ଲକ୍ଷ ମେଟ୍ରିକ୍ ଟନ୍ ରବି ଧାନ କିଣି ସାରିଲେଣି । ଗତ ବର୍ଷ ୧୨ ଲକ୍ଷ ମେଟ୍ରିକ୍ ଟନ୍ କିଣା ଯାଇଥିଲା ।
ଧାନ ବିକିବାକୁ ଥିବା ଚାଷୀଙ୍କୁ ଆଜି ଆଖି ସ୍କାନ୍ କରିବାକୁ ପଡ଼ିବ ବୋଲି କହିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ ।
ଆଜି ଆଖି ସ୍କାନ୍ କରିଥିଲେ ପରବର୍ତ୍ତୀ ସମୟରେ ଧାନ କିଣି ହେବ । ଆଗକୁ ସମସ୍ତଙ୍କର ଧାନ କିଣା ହେବ । କୌଣସି ଜଣେ ଚାଷୀର ବି ଟୋକନ ଲାପ୍ସ ହେବ ନାହିଁ ବୋଲି କହିଛନ୍ତି ମନ୍ତ୍ରୀ ।ତେବେ ମଣ୍ଡିରେ ଥିବା ଧାନ କେବେ ମିଲର୍ସ ଉଠାଇବେ ଓ ଚାଷୀଙ୍କ ଖାତାକୁ କେବେ ଟଙ୍କା ଆସିବ, ତାହା ଉପରେ ସମସ୍ତଙ୍କ ନଜର ।