ଓଡ଼ିଶା ସାହିତ୍ୟ ଏକାଡେମୀ , ବୌଦ ପକ୍ଷରୁ ,ବରଗଡ ଜିଲ୍ଲାରୁ ଶିକ୍ଷୟିତ୍ରୀ ଅନୁସୂୟା ଦେବତା ସାରସ୍ଵତ ସମ୍ମାନ ରେ ସମ୍ବର୍ଦ୍ଧିତ

ବରଗଡ:୩୦/୬(ପବିତ୍ର ମେହେର) ବୌଦ ଜିଲ୍ଲା କଲ୍ଚରାଲ ଏକାଡେମୀ ସହଯୋଗରେ ଓଡ଼ିଶା ସାହିତ୍ୟଏକାଡେମୀ ର ରାଜ୍ୟସ୍ତରୀୟ ଏକଦିବସୀୟସାରସ୍ବତ ଆସର ଓ କବିତା ପାଠୋତ୍ସବ ସହ ସମ୍ବର୍ଦ୍ଧନା ପର୍ବସ୍ଥାନୀୟ ଟାଉନ ହଲ ଠାରେ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ କାର୍ଯ୍ୟକ୍ରମ ରେ ବରଗଡ ଜିଲ୍ଲା ରୁ ଅତାବିରା ବ୍ଲକ୍ ଅନ୍ତର୍ଗତ ଟୋପ ହାଇସ୍କୁଲ ର ବିଜ୍ଞାନ ଶିକ୍ଷୟିତ୍ରୀ ତଥା କବୟିତ୍ରୀ ଅନୁସୂୟା ଦେବତା ସାରସ୍ଵତ ସମ୍ମାନ ରେ ସମ୍ବର୍ଦ୍ଧିତ ହୋଇଛନ୍ତି l ନିଜର କାର୍ଯ୍ୟଦକ୍ଷତା, ସାମାଜିକ ପ୍ରତିବଦ୍ଧତା , ସହିତ୍ୟାନୁରାଗି, ପ୍ରକୃତି ପ୍ରେମୀ ତଥା ସମାଜ ସେବା ମୂଳକ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଯୋଗୁଁ ସେ ଜିଲ୍ଲାର ବିଭିନ୍ନ ସରକାରୀ ତଥା ବେସରକାରୀ ଅନୁଷ୍ଠାନ ରୁ ପୁରସ୍କୃତ ହେବା ସହ ଓଡ଼ିଶାର ଗଞ୍ଜାମ , କନ୍ଧମାଳ, କଟକ, ବାଲେଶ୍ଵର,ବାରିପଦା, ସମ୍ବଲପୁର, ଖୋର୍ଦ୍ଧା, ସୁବର୍ଣ୍ଣପୁର ,ଯାଜପୁର ଆଦି ଜିଲ୍ଲାର ବିଭିନ୍ନ ସାହିତ୍ୟ ଅନୁଷ୍ଠାନ ଦ୍ଵାରା ସମ୍ବର୍ଦ୍ଧିତ ହୋଇ ସାରିଛନ୍ତି।ତାଙ୍କର ଏହି ସମସ୍ତ ପ୍ରତିଭାକୁ ସମ୍ମାନ ଜଣାଇ ବୌଦ ଜିଲ୍ଲାର ସର୍ବ ପୁରାତନ ସାହିତ୍ୟ ଅନୁଷ୍ଠାନ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ତାଙ୍କୁ ଉତ୍ତରୀୟ ଓ ସ୍ମୃତି ଫଳକ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଛି ।ଏହି କାର୍ଯ୍ୟକ୍ରମ ରେ ଶ୍ରୀଯୁକ୍ତ ଯୁଗଳ କିଶୋର ସାମଲ ଉଦ୍ଘାଟକ, ମୁଖ୍ୟ ଅତିଥି,ବାଙ୍କୀ ମହାବିଦ୍ୟାଳୟର ପ୍ରାକ୍ତନ ଓଡ଼ିଆ ବିଭାଗର ମୁଖ୍ୟ ଡ. ବୈରାଗୀ ଚରଣ ପଟ୍ଟନାୟକ ,ମୁଖ୍ୟ ବକ୍ତା ସଂସ୍କୃତ ଅଧ୍ୟାପକ ପ୍ରତାପ କୁମାର ରଥ ,ସମ୍ମାନିତ ଅତିଥି ପୂର୍ବତନଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ ଅକ୍ଷୟକୁମାର ରାଉତ ଜଗତସିଂପୁର ମଞ୍ଚାସିନ ହୋଇକାର୍ଯ୍ୟକ୍ରମ କୁ ଉଦ୍ଘାଟନ କରିଥିଲେ ।

ଏକାଡେମୀର ସଭାପତି ତଥା ଶିଶୁ ସାହିତ୍ୟିକଧ୍ରୁବଚରଣ ଘିବେଲା ସଭାପତିତ୍ବ କରିଥିଲେ l ସାହିତ୍ୟିକ ହାଡ଼ିବନ୍ଧୁ ମହାକୁଡ ,ଏକାଡେମୀର ଯୁଗ୍ମ ସମ୍ପାଦକ କାର୍ତ୍ତିକେଶ୍ୱର ନାୟକକାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଉଦ୍ଘାଟନୀ ସଙ୍ଗୀତ କବୟିତ୍ରୀ ରଶ୍ମିତା କୁମାରୀ ବେହେରା ଙ୍କ ଦ୍ଵାରା ଗାନ କରାଯାଇଥିଲା ।ପ୍ରଥମ ପର୍ଯ୍ୟାୟରେ ସ୍ଥାନୀୟ କବି ଓ କବୟିତ୍ରୀ ମାନଙ୍କ ଦ୍ବାରା କବିତା ପାଠ କରାଯାଇଥିବା ବେଳେ ୨ୟ ପର୍ଯ୍ୟାୟ ରେ ରାଜ୍ୟର ୩୦ ଜିଲ୍ଳା ରୁ ନିମନ୍ତ୍ରିତ ହୋଇ ଆସିଥିବା କବି କବୟିତ୍ରୀ ମାନଙ୍କୁ ମହାନଦୀ,ବାଘ ନଦୀ,ତେଲନଦୀ ଓ ସଲୁଙ୍କି ନଦୀ ୪ଟି ଦଳରେ ପ୍ରକୃତି, ମୟା ମୋହ,ଜୀବନ ଓ ପ୍ରେମ ବିଷୟକୁ ନେଇ କବିତା ପାଠ ମଧ୍ୟ କରାଯାଇଥିଲା । ଅନୁଷ୍ଠାନର ସମ୍ପାଦକ ରାଧାମୋହନ ମାହାଣା ଧନ୍ୟବାଦ୍ ଦେଇଥିଲେ । ଅନୁଷ୍ଠାନ ର ଉପସଭାପତି କବି ଟଙ୍କଧରସାହୁ ,ସଦସ୍ୟ ରାଜକୁମାର ପ୍ରଧାନ,ଦେବେନ୍ଦ୍ର ଦେହୁରୀ, ପ୍ରମୁଖ ସହଯୋଗ କରିଥିଲେ ।ଅନ୍ତିମ ପର୍ଯ୍ୟାୟ ର ସମରୋପ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ବୈରାଗୀ ଚରଣ ପଟ୍ଟନାୟକ ବକ୍ତା କିଶୋର ମିଶ୍ର, ସମ୍ମାନିତ ଅତିଥି ସୁଧୀର କୁମାର କର୍ଣ୍ଣ ସଭାପତି ଧ୍ରୁବ ଚରଣ ଘିବେଲା ମଞ୍ଚାସିନ ହୋଇ ସାହିତ୍ୟ ଉପରେ ଆଲୋଚନା କରାଯାଇଥିଲା।
