ଭୂବନେଶ୍ବର:ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେସନ (ବିଏମସି)ର ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ମରଣାନ୍ତକ ଆକ୍ରମଣ । ସୋମବାର ଅଭିଯୋଗ ଶୁଣାଣି ଚାଲିଥିବାବେଳେ ୫ ଜଣ ଦୁର୍ବୃତ୍ତ ଜୋର ଜବରଦସ୍ତ ଧଶେଇ ପଶି ଅଧିକାରୀଙ୍କୁ ମାଡ଼ ମାରି ଲହୁଲୁହାଣ କରିଛନ୍ତି । ଏହି ଘଟଣାର ପ୍ରତିବାଦ କରିଛି ରାଜ୍ୟ ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀ(ଓଏଏସ) ସଂଘ।
ଘଟଣାକୁ ସଂଘ ପକ୍ଷରୁ ତୀବ୍ର ନିନ୍ଦା କରିଛି । ଏଥିସହ ଓଏଏସ ସଂଘର ଚରମ ନିଷ୍ପତ୍ତି ଅନିର୍ଦ୍ଦିଷ୍ଟ କାଳ ପାଇଁ ସମୂହ ଛୁଟିରେ ରହିବେ ଓଏଏସ୍ ଅଧିକାରୀ ।ଘଟଣାରେ ସମ୍ପୃକ୍ତ ସମସ୍ତ ଅଧିକାରୀ ଗିରଫ ନ ହେବା ଯାଏ ସଂଘ ପ୍ରତିବାଦ ଜାରି ରଖିବ ବୋଲି ନିଷ୍ପତ୍ତି ନେଇଛି।ଏହି ଘଟଣା ସରକାରୀ ଅଧିକାରୀଙ୍କ ସୁରକ୍ଷା ପ୍ରତି ମଧ୍ୟ ପ୍ରଶ୍ନ ସୃଷ୍ଟି କରୁଛି । ତୁରନ୍ତ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେବାକୁ ସଂଘ ଦାବି କରିଛି ।ସୋମବାର ଭୁବନେଶ୍ୱର ଓଏଏସ୍ ଭବନଠାରେ ଅଧିକାରୀ ମାନେ ମିଳିତ ହୋଇ ବିଏମସି ଅଫିସରେ ଘଟିଥିବା ଘଟଣାକୁ ନିନ୍ଦା କରିବା ସହ ସମସ୍ତେ ମ୍ରିୟମାଣ ଥିବା କହିଛନ୍ତି ଓଏଏସ୍ ଅଧିକାରୀ । ଆଟେମ୍ପ୍ଟ ଟୁ ମର୍ଡର ଦଫା ଲାଗିବା ଆବଶ୍ୟକ । ଏହା ସହ ଅନ୍ୟାନ୍ୟ ସଠିକ ଦଫା ଲାଗୁ ବୋଲି ଆଶା କରୁଥିବା ନେଇ କହିଛନ୍ତି ଓଏଏସ୍ ଅଫିସର ।ଅନ୍ୟପଟେ , ବିଏମ୍ସି ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ଆକ୍ରମଣ ଘଟଣାରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବା କହିଛନ୍ତି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ । ଏହାକୁ ଆମ ସରକାର ନିନ୍ଦା କରୁଛି ,ବିଜେପି ନୀତି ଆଦର୍ଶର ପାର୍ଟି । ଦଳ ମଧ୍ୟ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବ ।