ଭୁବନେଶ୍ବର ମହାନନଗର ନିଗମର ଅତିରିକ୍ତ କମିସନର ରତ୍ନାକର ସାହୁଙ୍କୁ ଆକ୍ରମଣ ମାମଲାରେ ରାଜ୍ୟର ବିଭିନ୍ନ ଓଡ଼ିଶା ପ୍ରଶାସନିକ ସେବା ସଂଘ ପକ୍ଷରୁ ପ୍ରତିବାଦ କରାଯାଇଛି। ଏଥିରେ ଜଗତସିଂହପୁର ଓ ଝାରସୁଗୁଡ଼ା ମଧ୍ୟ ଯୋଡ଼ି ହୋଇଯାଇଛି । ବାଲେଶ୍ବର, ସୁବର୍ଣ୍ଣପୁର, ଗଂଜାମ ଜିଲ୍ଲାର ଓଏଏସ୍ ଅଧିକାରୀମାନେ ଆନ୍ଦୋଳନ ଜାରି ରଖିଛନ୍ତି।
ଜଗତସିଂହପୁର ଜ଼ିଲ୍ଲାରେ ସମସ୍ତ ଓଏଏସ୍ ଅଧିକାରୀମାନେ ସମୂହ ଛୁଟିରେ ରହିଛନ୍ତି ଓ କଲମ ଛାଡ଼ିଛନ୍ତି । ଏନେଇ ଅଧିକାରୀମାନେ ଆଜି ଜ଼ିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଏକ ବୈଠକରେ ଏହି ନିଷ୍ପତ୍ତି ନେଇଛନ୍ତି। ସେମାନେ ଏକ ବୈଠକ କରି ଜ଼ିଲ୍ଲାପାଳଙ୍କୁ ଏକ ଲିଖିତ ଦରଖIସ୍ତ ଦେଇଛନ୍ତି । ଏଥିରେ ଜ଼ିଲ୍ଲାର ସମସ୍ତ ଡେପୁଟି କଲେକ୍ଟର, ଅତିରିକ୍ତ ଜ଼ିଲ୍ଲାପାଳ, ଉପଜ଼ିଲ୍ଲାପାଳ, ପିଡିଡିଆରଡିଏ, ବିଡ଼ିଓ, ତହସିଲଦାର ପ୍ରଭୁତି ଅଧିକାରୀମାନେ ସମୂହ କଲମ ଛାଡ଼ ସହିତ ଅନିଦ୍ଧିଷ୍ଟ କଲା ପାଇଁ ସମୂହ ଛୁଟିରେ ରହିଛନ୍ତି ।ଏଥି ନେଇ ଜ଼ିଲ୍ଲାରେ ସମସ୍ତ କାର୍ଯ୍ୟ ଠପ ହୋଇଯାଇଛି। ଜନସାଧାରଣ ନାହିଁ ନଥିବା ହଇରାଣର ସାମ୍ନା କରୁଛନ୍ତି । ଏଥିସହ ଏହି ଘଟଣାରେ ଅତିରିକ୍ତ କମିସନର ରତ୍ନାକର ସାହୁ କହିଛନ୍ତି ମୋ ବିରୋଧରେ ସ୍ୱଚ୍ଛ ସାଥୀ ଆଣିଥିବା ଅଭିଯୋଗ ଭିତ୍ତିହୀନ । ଅଭିଯୋଗ ସମ୍ପୂର୍ଣ୍ଣ ମିଛ । ମୋତେ ଓ ମୋର ବ୍ୟକ୍ତିତ୍ଵକୁ ଲୋକ ଜାଣିଛନ୍ତି । ବହୁ ଲୋକ ମିଥ୍ୟା ଅଭିଯୋଗ ଆଣିବେ। କିନ୍ତୁ ଆଇନ ତା ବାଟରେ କାମ କରିବ । ସୂଚନାଅନୁଯାୟୀ ବର୍ତ୍ତମାନ ସୁଦ୍ଧା ଏହି ଘଟଣାରେ ପାଂଚଜଣଙ୍କୁ ଗିରଫ କରାଯାଇଛି । ୫ ଜଣଙ୍କୁ ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ରାଜ୍ୟ ସଭାପତି ମନମୋହନ ସାମଲ ନିଲମ୍ବନ କରିଛନ୍ତି ।କର୍ପୋରେଟର ଅପରୂପ ନାରାୟଣ ରାଉତ,ରଶ୍ମି ରଞ୍ଜନ ମହାପାତ୍ର, ଦେବାଶିଷ ପ୍ରଧାନ, ସଚିକାନ୍ତ ସ୍ୱାଇଁ ଏବଂ ସଂଜୀବ ମିଶ୍ରଙ୍କୁ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଅନ୍ତର୍ଗତ ନିଲମ୍ବନ କରାଯାଇଛି ।