ତାଳଚେର ଅଞ୍ଚଳରେ ଟ୍ରକ୍ ଧକ୍କାରେ ମା ମୃତ ଝିଅ ଗୁରୁତ୍ତର
ତାଳଚେର,୦୧/୦୭ – ଝିଅକୁ ସ୍କୁଲ ନେଇଯିବା ବେଳେ ଘଟିଛି ଅଘଟଣ । ତାଳଚେର ଦେଉଳବେଡା ସ୍ଥିତ ଡିଏଭି ସ୍କୁଲରେ ଝିଅକୁ ଛାଡ଼ିଯିବା ସମୟରେ ଗ୍ରୀନଗ୍ରାସ ଷ୍ଟାଡିୟମ ଠାରେ ପଛ ପଟୁ ଆସୁଥିବା ଏକ ଟ୍ରକ ସ୍କୁଟି ଉପରେ ଚଢ଼ିଯାଇଥିଲା । ଘଟଣା ସ୍ଥଳରେ ମା ପ୍ରବୀଣା ସାହୁଙ୍କର ମୃତ୍ୟୁ ଘଟିଥିବା ବେଳେ ଚତୁର୍ଥ ଶ୍ରେଣୀ ପଢୁଥିବା ୧୦ ବର୍ଷର ଝିଅ ସାନଭିକା କୁମାରୀ ସାହୁ ଗୁରୁତ୍ତର ଆହତ ହୋଇଛନ୍ତି । ଆହତ ଝିଅକୁ ନିକଟସ୍ଥ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ଅବସ୍ଥା ସଂକଟାପନ୍ନ ହେବାରୁ ସେଠାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଦୁର୍ଘଟଣା ଘଟାଇ ଘଟଣାସ୍ଥଳରୁ ଚାଳକ ଫେରାର ହୋଇଯାଇଛି । କ୍ଷତି ପୂରଣ ଦାବିରେ ଘଟଣାସ୍ଥଳରେ ରାସ୍ତାରୋକ ସହ ଚାପା ଉତ୍ତେଜନା ଦେଖାଦେଇଛି । ତାଳଚେର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରିରଖିଛି ।