ପ୍ରବଳ ବର୍ଷାରେ ମାଟି ଅତଡ଼ା ଖସି ତିନିଜଣଙ୍କ ଶୋଚନୀୟ ମୃତ୍ୟୁ

କେନ୍ଦୁଝର ଜିଲ୍ଲାରେ ପ୍ରବଳ ବର୍ଷାରେ ମାଟି ଅତଡ଼ା ଖସି ତିନିଜଣଙ୍କ ଶୋଚନୀୟ ମୃତ୍ୟୁ ହୋଇଥିବା ନେଇ ସୂଚନା। କେନ୍ଦୁଝର ଜିଲ୍ଲା ଯୋଡା ଥାନା ଅନ୍ତର୍ଗତ ବିଛାକୁଣ୍ଡୀ ନିକଟସ୍ତ ଦଲ ପାହାଡ ଠାରେ ମାଟି ଅତଡ଼ା ଧସି ୩ ଜଣକର ମୃତ୍ୟୁ ହୋଇଛି, ସୂଚନା ଅନୁଯାୟୀ,ଏକ ପରିତ୍ୟକ୍ତ ଖଣି ରେ ଏହି ଘଟଣା ଘଟିଥିବା ନେଇ ସୂଚନା । ତେବେ ରାତ୍ରିର ଅନ୍ଧକାର ରେ କିଛି ସାଙ୍ଗ ମିଶି ଲୁହାପଥର ଚୋରି ନିମନ୍ତେ ଉକ୍ତ ସ୍ଥାନକୁ ଯାଇଥିଲେ। ଖବର ପ୍ରଘଟ ପରେ ଘଟଣାସ୍ଥଳରେ ଯୋଡା ପୋଲିସ ଓ ବାମେ ବାରି ପୋଲିସ ପହଞ୍ଚି ଅନୁସନ୍ଧାନ କରୁଥିବା ନେଇ ସୂଚନା। ସ୍ଥାନୀୟ।ଅଞ୍ଚଳରୁ ମିଳିଥିବା ସୂଚନା ଅନୁଯାୟୀ,ବେଆଇନ ମାଙ୍ଗାନିଜ ଖଣିଜ ଉତ୍ତଲୋନ କରୁଥିବା ବେଳେ ଏହି ଘଟଣା ଘଟିଥିବା ସାଧାରଣରେ ଚର୍ଚ୍ଚ। ହେଉଛି । ଏ ନେଇ ଯୋଡା ଆଇ ଆଇ ସି ସୁଶାନ୍ତ ପ୍ରଧାନ କହିଛନ୍ତି ଯେ,ପ୍ରବଳ ବର୍ଷା ଯୋଗୁ ମାଟି ଅତଡ଼ା ଖସିଛି। ତେବେ ମୃତକ ତିନିଜଣ ଯୁବକ ଯୋଡ଼ା ଥାନା ଅନ୍ତର୍ଗତ ବିଛାକୁଣ୍ଡି ଅଞ୍ଚଳର ସନ୍ଦୀପ ପୂର୍ତ୍ତି 32, କାଣ୍ଡେ ମୁଣ୍ଡା 19 ଓ ଗୁରୁ ଚାମ୍ପିଆ 18 ବର୍ଷ, ଯୋଡ଼ା ପୋଲିସ୍ ମୃତକଙ୍କ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ଅଧିକ ତଦନ୍ତ ଜାରି ରଖିଛି ପୋଲିସ୍।କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।