କୁଢ କୁଢ ଅଳିଆ ଆବର୍ଜନାରେ ଫାଟିପଡୁଛି ଭଟଲି ବଡଦାଣ୍ଡ , ପ୍ରଶାସନ ର ଅଣଦେଖା
ଭଟଲି :- ପଶ୍ଚିମ ଓଡିଶାର ଶ୍ରୀକ୍ଷେତ୍ର ଭଟଲି ଧାମର ଆରାଧ୍ଯ ଦେବତା ଶ୍ରୀ ଶ୍ରୀ ଦଧିବାମନ ମହାପ୍ରଭୁଙ୍କ ଘୋଷଯାତ୍ରା ୨୭ତାରିଖ ହୋଇଥିବାବେଲେ ବାହୁଡା ଯାତ୍ରା ୫ତାରିଖ ରେ ହେବ ହେଲେ ଯୁଗ ଯୁଗ ଧରି ଭକ୍ତ ଓ ଭଗବାନ ଙ୍କ ଭାବ ବିହ୍ୱଳରେ ବନ୍ଧିତ ଦଧିବାମନ ମହାପ୍ରଭୁ l କିଏ ପ୍ରଭୁଙ୍କୁ ଦର୍ଶନ କରିବ ତ କିଏ ପ୍ରଭୁଙ୍କ ସାନ୍ନିଧ୍ୟ ଲାଭ କରିବାପାଇଁ ଜନଗହଳିପୂର୍ଣ୍ଣ ହୋଇ ଫାଟିପଡିଥାଏ ବଡଦାଣ୍ଡ । ତାଭିତରେ ଦେଖିବାକୁ ମିଲୁଛି କୁଢ କୁଢ ଅଳିଆ ଆବର୍ଜନାରେ ଭାସୁଛି ଭଟଲି ବଡଦାଣ୍ଡ ।ବଡଦାଣ୍ଡ ରେ ଥିବା ରଥ ତଥା ସାଂସ୍କୃତିକ କାର୍ଯ୍ୟକ୍ରମ ନିକଟରେ ଯେଉଁପରି ଭାବରେ ଅଳିଆ ଆବର୍ଜନା ଗଦା ହୋଇଛି ଯେକେହି ହେଲେବି କହିବ ମହାପ୍ରଭୁଙ୍କ ଭାବାବେଗ ସହିତ ଖେଳ ଖେଲୁଛି ନା ଆଉ କଣ ? କାହିଁକି ଆମ ପ୍ରଭୁଙ୍କୁ ଏତେ ଅଣଦେଖା ? ଅନନ୍ତ ସଜ୍ୟାରେ ଶୋଇଛି କି ପ୍ରଶାସନ ବୋଲି ବୁଦ୍ଧିଜୀବୀଙ୍କ ମହଲରେ ଚର୍ଚ୍ଚା ଜୋର ଧରିଛି।