ଡାୟୋସେସନ ଓମେନ ଫେଲୋସିପ ଫର ଖ୍ରୀଷ୍ଟିଆନ ସର୍ଭିସେସ ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ

କଟକ ତା ୦୨/୦୭/୨୦୨୫ ରିଖ ମିଶନ ରୋଡ଼ ସ୍ଥିତ ଡାୟୋସେସନ ଓମେନ ଫେଲୋସିପ ଫର ଖ୍ରୀଷ୍ଟିଆନ ସର୍ଭିଶେଷ କଟକ ଆନୁକୂଲ୍ୟରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଷ୍ଟିୱାର୍ଟ ସ୍କୁଲ ଜୁନିୟର ବ୍ଲକ ପରିସରରେ ଅନୁଷ୍ଠିତ ହୋଇ ଯାଇଛି I ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଟକ ଧର୍ମାଞ୍ଚଳ ର ବିଶପ ରାଇଟ ରେଭେରେଣ୍ଡ ସୁରେନ୍ଦ୍ର କୁମାର ନନ୍ଦ ଯୋଗ ଦେଇ ବୃକ୍ଷରୋପଣ କରିଥିଲେ I

ସମ୍ମାନୀୟ ଅତିଥି ଭାବରେ ଷ୍ଟିୱାର୍ଟ ସ୍କୁଲ କଟକ ଅଧ୍ୟକ୍ଷI ଡି ମାର୍ଟିନା ,ସିନୋଡିକାଲ ଓମେନ ଫେଲୋସିପ ର ସମ୍ପାଦିକା ଶ୍ରୀମତୀ ସୁଚେତା ମହାନ୍ତି ଯୋଗ ଦେଇ ବୃକ୍ଷରୋପଣ କରିଥିଲେ I ଅନ୍ୟ ମାନଙ୍କ ମଧ୍ୟରେ ଡାୟୋସେସନ ଓମେନ ଫେଲୋସିପ ର ସମ୍ପାଦିକା ଶ୍ରୀମତୀ ମର୍ସି ରାଉତ,ପୂର୍ବତନ ଉପସଭାପତି ଶ୍ରୀମତୀ ଶୁଭଶ୍ରୀ ସାମନ୍ତରାୟ ,କୋଷାଧ୍ୟକ୍ଷା ଶ୍ରୀମତୀ ସୃତିରେଖା ପଣ୍ଡା,ଶ୍ରୀମତୀ କେ ଜ୍ୟୋତି ,ପୋଗ୍ରାମ କୋଅର୍ଡିନେଟର ଶ୍ରୀମତୀ ସୁଜାତା ସାମଲ ,ଶ୍ରୀମତୀ ସୂଦୀପ୍ତା ପାତ୍ର,ଶ୍ରୀମତୀ ସୁସ୍ମିତା ସିଂ ,ଶ୍ରୀମତୀ ରୋଜାଲିନ ନାୟକ ଏବଂ ସମସ୍ତ ସଭ୍ୟା ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ I ବିଶପ ରାଇଟ ରେଭେରେଣ୍ଡ ସୁରେନ୍ଦ୍ର କୁମାର ନନ୍ଦ ପ୍ରାରମ୍ଭିକ ପ୍ରାର୍ଥନା କରିଥିଲେ I ଏହି କାର୍ଯ୍ୟକ୍ରମକୁ ସମ୍ପାଦିକା ଶ୍ରୀମତୀ ମର୍ସି ରାଉତ ପରିଚାଳନା କରିଥିଲେ I ପୂର୍ବତନ ଉପସଭାପତି ଶ୍ରୀମତୀ ଶୁଭଶ୍ରୀ ସାମନ୍ତରାୟ ଧନ୍ୟବାଦ ଅର୍ପଣ କରିଥିଲେ I ଶ୍ରୀମତୀ ମର୍ସି ରାଉତ ସମ୍ପାଦିକା ଡାୟୋସେସନ ଓମେନ ଫେଲୋସିପ ଫର ଖ୍ରୀଷ୍ଟିଆନ ସର୍ଭିସେସ ,କଟକ।
