*ପ୍ରାଧ୍ୟାପକଙ୍କ ବିଦାୟ ସମ୍ବର୍ଦ୍ଧନା ଉତ୍ସବ*

କଳାହାଣ୍ଡି 2/7/2025ଦିନ ଧର୍ମଗଡ ପଞ୍ଚାୟତ ମହାବିଦ୍ୟାଳୟ ର ଇତିହାସ ବିଭାଗର ପ୍ରାଧ୍ୟାପକ ଶ୍ରୀଯୁକ୍ତ ଅଶୋକ କୁମାର ବେହେରାଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି ।

ଏଇ ଅବସରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଏସ୍ ଜଗନ୍ନାଥ ରାଓଙ୍କ ସଭାପତିତ୍ବରେ ଆୟୋଜିତ ବିଦାୟ ସଭାରେ ପ୍ରାଧ୍ୟାପକ ଲିଙ୍ଗରାଜ ପାତ୍ର, ସରୋଜ କୁମାର ପଣ୍ଡା, ଭାର୍ଗବ କୁମାର ସାହୁ, ନିମାଇଁ ଚରଣ ପାତ୍ର, ଶିବରାମ ମିଶ୍ର ପ୍ରମୁଖ ମଞ୍ଚାସୀନ ରହି ବିଦାୟୀ ପ୍ରାଧ୍ୟାପକ ଶ୍ରୀ ବେହେରାଙ୍କ ବହୁମୁଖୀ ଦିଗ ଉପରେ ଆଲୋଚନା କରିଥିଲେ । ଶ୍ରୀଯୁକ୍ତ ବେହେରାଙ୍କ ବୃତ୍ତିଗତ ଜୀବନ ୧୯୮୯ ମସିହାରେ ପଞ୍ଚାୟତ ସମିତି ମହାବିଦ୍ୟାଳୟ, କର୍ଲାପଡ଼ାରୁ ଆରମ୍ଭ ହୋଇଥିଲା ଓ ୨୦୧୩ ନଭେମ୍ବର ପହିଲାରେ ପଞ୍ଚାୟତ ମହାବିଦ୍ୟାଳୟ ଧର୍ମଗଡ଼କୁ ବଦଳି ହୋଇ ଆସିଥିଲେ ।

ଦୀର୍ଘ ତେତିଶ ବର୍ଷର ଅଧ୍ୟାପକ ଜୀବନରେ ଅନେକ ଭଲ ମଣିଷ ଗଢ଼ିଥିବା ଶ୍ରୀ ବେହେରା ଜଣେ ସରଳ, ଭଦ୍ର ଓ ଅମାୟିକ ବ୍ୟକ୍ତିତ୍ୱ ଏବଂ ଏକ ସଫଳ ବୃତ୍ତିଗତ ଜୀବନରୁ ଅବ୍ୟାହତି ନେଲେ । ଏ ଅବସରରେ କଲେଜର ଅନ୍ୟ ସମସ୍ତ ଶୈକ୍ଷିକ ଓ ଅଣଶୈକ୍ଷିକ କର୍ମଚାରୀ ଉପସ୍ଥିତ ରହି ସୁସ୍ଥ, ଦୀର୍ଘ ଓ ନିରାମୟ ଜୀବନ କାମନା କରିଥିଲେ । କଳାହାଣ୍ଡି ଜୁନାଗଡରୁ ବାଲେଶ୍ବର ସୁନାନୀଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ।
