ଶ୍ରୀ ଗୁଣ୍ଡିଚା ଭଜନ ସମାରୋହର ୬ଷ୍ଠ ସଂଧ୍ୟାସ୍ଥାନୀୟ ବାଜିଚୌକ ଠାରେ ଅନୁଷ୍ଠିତ
ଶ୍ରୀଗୁଣ୍ଡିଚା ଭଜନ ସମାରୋହର ୬ଷ୍ଠ ସଂଧ୍ୟା ଉଦ୍ଘାଟିତ ହୋଇଯାଇଅଛି । ୬ଷ୍ଠ ସଂଧ୍ୟାରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସମାଜସେବୀ ରାମଚନ୍ଦ୍ର ପାତ୍ର, ସମ୍ମାନିତ ଅତିଥି ଭାବେ ଢେଙ୍କାନାଳ ବନଖଣ୍ଡ ଅଧିକାରୀ ସୁମିତ୍ କର, ରୋଟାରିଆନ୍ ରାଜ କିଶୋର ବେହେରା, ସନ୍ଧ୍ୟା ମହାବିଦ୍ୟାଳୟ ଅଧ୍ୟକ୍ଷ ସମୀର ସାହୁ ଓ ବିଶିଷ୍ଟ କଣ୍ଠଶିଳ୍ପୀ ଓ ବ୍ୟବସାୟୀ ପ୍ରମୋଦ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ଭଜନ ସମାରୋହକୁ ଉଦ୍ଘାଟନ କରିଥିଲେ । ଢେଙ୍କାନାଳ ଚନ୍ଦନ ବଜାର ସାଇ ଭଜନ ସଂଧ୍ୟା ତରଫରୁ ଜଗବନ୍ଧୁ ନାୟକଙ୍କ ନିର୍ଦ୍ଦେଶନାରେ ମନୋଜ, ଶ୍ରୀକାନ୍ତ, ସାଇ ସ୍ଵାଗତିକା, ଗୀତାଞ୍ଜଳି ଓ ବାପି କିଶୋର ପ୍ରମୁଖ କଣ୍ଠଶିଳ୍ପୀ ସୁମଧୁର ଭଜନରେ ଭକ୍ତମାନେ ବିଭୋର ହୋଇଥିଲେ । ତବଲାରେ ରମୁ, ଢୋଲକରେ କିଶୋର, କେ-ବୋର୍ଡରେ ବାପୁନି, ପ୍ୟାଡ୍ରେ କୃଷ୍ଣଚନ୍ଦ୍ର, ବଂଶୀରେ ବିଶ୍ୱଜିତ୍ ପ୍ରମୁଖ ସହଯୋଗ କରିଥିଲେ । ଭଜନ କାର୍ଯ୍ୟକ୍ରମକୁ ଭାଗିରଥୀ ପରିଚାଳନା କରିଥିଲେ । କମିଟିର ସଭାପତି ରୁଦ୍ରାନ୍ତ ଦଳେଇ, ସଂପାଦକ ସାଗୀର ମହମ୍ମଦ, ସ୍ଵରୂପା ନନ୍ଦ ଦାସ, ଜଜି ଭାଇ, ସଂଗ୍ରାମ କେଶରୀ ପାଣି, ଉପଦେଷ୍ଟା ମାନେ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଅଥିତି କଣ୍ଠଶିଳ୍ପୀ ଓ ବାଦ୍ୟକାରମାନଙ୍କୁ ପୁଷ୍ପଗୁଚ୍ଛ ଓ ଉତରୀୟ ଦେଇ ସମ୍ବର୍ଦ୍ଧନା କରାଯାଇଥିଲା । ଅବନୀ ମିଶ୍ର ସଭା ମଂଚକୁ ସଂଚାଳନ କରିଥିବାବେଳେ ସଭାପତି ଶ୍ରୀ ଦଳେଇ ଧନ୍ୟବାଦ ଅର୍ପଣ କରିଥିଲେ ।