ଜୈବମଣ୍ଡଳର ସୁରକ୍ଷା ନିମନ୍ତେ କର୍ଲାଯୋରୀ ଗ୍ରାମରେ “ଏକ୍ ପେଡ୍ ମାଁ କେ ନାମ୍

ବରଗଡ଼: (ପବିତ୍ର ମେହେର):ବୃକ୍ଷଲତା ପରିବେଶର ଅବିଚ୍ଛେଦ୍ୟ ଅଙ୍ଗ ଅନୁଭବ କରି ବରଗଡ଼ ଜିଲ୍ଲା ଭଟଲି ବ୍ଲକ ଅନ୍ତର୍ଗତ କର୍ଲାଯୋରୀ ଗ୍ରାମରେ “ଏକ୍ ପେଡ୍ ମାଁ କେ ନାମ୍” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ୱରୀଙ୍କ ନିକଟରେ ପୂଜାର୍ଚ୍ଚନା କରିବା ପରେ ଚାରା ରୋପଣ କାର୍ଯ୍ୟ ଆରମ୍ଭ କରାଯାଇଥିଲା।ପ୍ରାକୃତିକ ଭାରସାମ୍ୟ ରକ୍ଷା କରିବା ନିମନ୍ତେ ସବୁଜିମାର ଆବଶ୍ୟକତାକୁ ଉପଲବଧି କରି ଗ୍ରାମର ସମସ୍ତ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟା ଓ ପ୍ରକୃତି ପ୍ରେମୀ ରାସ୍ତାକଡ଼ରେ ସିମାରୁବା , କରଞ୍ଜ,ଜାମୁ, ନିମ୍ବ ଆଦି ୪୦ ଟି ଚାରାରୋପଣ କରିଥିଲେ।ଗ୍ରାମର ପରିବେଶକର୍ମୀ ସଞ୍ଜୟ ଖମାରୀ ଓ ଚିତ୍ତରଞ୍ଜନ ଭୋଇଙ୍କ ନେତୃତ୍ୱରେ ଆୟୋଜିତ ଏହି “ଏକ୍ ପେଡ୍ ମାଁ କେ ନାମ୍ “କାର୍ଯ୍ୟକ୍ରମରେ କମଗାଁ ନିବାସୀ ମାଧବ ଚରଣ ପ୍ରଧାନ, ପ୍ରଦୀପ ମେହେର,ଦୁଷ୍ମନ୍ତ ବାରିକଙ୍କ ସମେତ ସ୍ଥାନୀୟ ସ୍ୱେଚ୍ଛାସେବୀ ପ୍ରଦୀପ ପଧାନ, ଡାକ୍ତର ବିଶି,କରୁଣା ପଧାନ,ପ୍ରଭାତ ସାହୁ,ବନବସ ଦୁଆନ, ଶ୍ରେୟାଂଶ ପଧାନ,ସୁରେଶ ବୁଡେକ, ଭୀଷ୍ମଦେବ ବେହେରା, ରାସେଶ୍ୱରୀ ସାମଲ,ପୁଷ୍ପାଞ୍ଜଳି ପଧାନ,ଶିକ୍ଷୟିତ୍ରୀ ସୁଚିସ୍ମିତା ପ୍ରଧାନ,ନିକିତା ଖମାରୀ, ସଂଶ୍ରିତା ଖମାରୀ, ସ୍ୱରୂପା ପଧାନ,ତ୍ରିଶା ପଧାନ ପଦ୍ମିନୀ ନାଏକ,ପଦ୍ମିନୀ ପ୍ରଧାନ, କାମିନୀ ଭୋଇ,ପୂର୍ଣ୍ଣିମା ଖମାରୀ,ମୁସ୍କାନ ପଧାନ,ପୁଷ୍ପାଞ୍ଜଳି ନାଏକ, ମିଥିଳା . ବୁଡେକ୍, ସନ୍ଧ୍ୟା ପୋଢ, ଯୋଗେଶ୍ୱରୀ ନାଏକ, ତପସ୍ଵିନୀ ନାଏକ ଓ ଶାନ୍ତି ଭୁଏ ବୃକ୍ଷଲତା ପରିବେଶର ଅବିଚ୍ଛେଦ୍ୟ ଅଙ୍ଗ ବୋଲି ଅନୁଭବ କରି ଆଗାମୀ ଦିନରେ ଆହୁରି ଚାରା ରୋପଣ କରିବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ। ପରିବେଶର ସୁରକ୍ଷା ନିମନ୍ତେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବନପାଳ କୈଳାସ ମାଝୀ,ବନରକ୍ଷୀ କିଶୋର କୁମାର ସେଠ ଓ ବନ କର୍ମଚାରୀ ସୁମନ୍ତ ମିର୍ଦ୍ଧାଙ୍କ ସମେତ ଉପସ୍ଥିତ କର୍ଲାଯୋରୀ ଗ୍ରାମବାସୀ ସକ୍ରିୟ ଅଂଶ ଗ୍ରହଣ କରିଥିଲେ।
