ରାଉରକେଲା: ସୁନ୍ଦରଗଡ଼ ଓ କେନ୍ଦୁଝର ଜିଲ୍ଲା ସୀମାନ୍ତ ଝାଡ଼ଖଣ୍ଡ ସରଣ୍ଡା ଜଙ୍ଗଲରେ ସକ୍ରିୟ ମାଓବାଦୀ ସଙ୍ଗଠନର ଏକ ବଡ଼ ଷଡ଼ଯନ୍ତ୍ର ପଣ୍ଡ ହୋଇଛି । ସୁରକ୍ଷାବାହିନୀ ଦ୍ବାରା ସରଣ୍ଡା ଜଙ୍ଗଲରୁ ଜବତ ହେଲା ୧୮ ହଜାର ଡେଟୋନେଟର୍ ।
ଝାଡ଼ଖଣ୍ଡ ଜାଗୁଆର୍ ଓ CRPF ୬୦ ବାଟାଲାୟନର ମିଳିତ ଅପରେସନରେ ବଡ଼ ସଫଳତା ମିଳିଛି ।ଉଦ୍ଧାର ବୋମାକୁ ନିଷ୍କ୍ରିୟକାରୀ ଦଳ ସହାୟତାରେ ନଷ୍ଟ କରାଯାଇଛି।
ଟଣ୍ଟୋ ଥାନା ହୁସିପି ଗାଁର ଜଙ୍ଗଲ ଓ ପାହାଡ଼ରେ ଏସବୁ ବିସ୍ଫୋରକ ଲୁଚାଇ ରଖାଯାଇଥିଲା । ପୋଲିସକୁ ମିଳିଥିବା ଗୁପ୍ତ ସୂଚନା ଆଧାରରେ ସୁରକ୍ଷାବାହିନୀ ଟଣ୍ଟୋ ଥାନା ହୁସିପି ଗାଁ ନିକଟ ଜଙ୍ଗଲ ଓ ପାହାଡ଼ରେ ଲୁଚାଇ ରଖାଯାଇଥିବା ୧୮ ହଜାର ଡେଟୋନେଟର୍ ଜବତ ହୋଇଛି ।
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://jagratbharatnews.in/wp-content/uploads/2025/11/Picsart_25-11-05_07-59-52-526-6.jpg)


