ସମ୍ପୂର୍ଣ୍ଣ ଅଧିଗ୍ରହଣ ନକରାଯାଇ ଖଣିର ସର୍ଭେକାର୍ଯ୍ୟକୁ ବିରଧ : ଅରଖପାଳ ଗ୍ରାମବାସୀ
ତାଳଚେର,୦୨/୦୭ ତାଳଚେର ଭୂବନେଶ୍ୱରୀ କୋଇଲା ଖଣି ଦ୍ୱାରା ଅରଖପାଳ ଗ୍ରାମକୁ ଅଧିଗ୍ରହଣ ପରେ ଏମସିଏଲ ପକ୍ଷରୁ ସର୍ଭେ କାର୍ଯ୍ୟକୁ ଗ୍ରାମବାସୀ ବିରଧ କରିଛନ୍ତି । ଗ୍ରାମବାସୀ ଅଭିଯୋଗ କରିଛନ୍ତି କି, ଗ୍ରାମ କିଛି ଅଂଚଳ ଅଧିଗ୍ରହଣ କରି ସେଠାରେ ପରିବାରକୁ ଉଚ୍ଛେଦ କରାଯାଇ ଖଣି କାର୍ଯ୍ୟ ଆରମ୍ଭ କଲେ ବହୁମାତ୍ରାରେ କ୍ଷତି ହେବ । ବାକି ଅଂଚଳରେ କଳାଧୂଳି ପବନରେ ଉଡ଼ି ପିଇବା ପାଣଇ ଦୂଷିତ ହେବ । ଫଳରେ ଗ୍ରାମବାସୀ ବିଭିନ୍ନ ରୋଗରେ ଆକ୍ରାନ୍ତ ହେବେ । ଏଥିସହ ଗ୍ରାମ ନିକଟରେ ବ୍ଲାଷ୍ଟିଙ୍ଗ ଯୋଗୁଁ ଘରଦ୍ୱାର ମଧ୍ୟ ଭାଙ୍ଗୁଛି । ଘର ପାଖରେ ଖଣି କାର୍ଯ୍ୟ ହେଲେ ଜୀବନ ଦୁର୍ବିସହ ହୋଇପଡ଼ିବ ବୋଲି ଗ୍ରାମବାସୀ ଅଭିଯୋଗ କରୁଛନ୍ତି । ତେଣୁ ଏମସିଏଲ ସମ୍ପୂର୍ଣ୍ଣ ଗ୍ରାମକୁ ଅଧିଗହଣ କରିବାକୁ ଦାବି ହେଉଛି । କିଛି ଅଂଚଳରେ ଅଧିଗହଣକୁ ଗ୍ରାମବାସୀ ବିରଧ କରିବା ସହ ଆଗାମୀ ଦିନରେ ଏହାକୁ ତୀବ୍ରକରାଯିବ ବୋଲି ଗ୍ରାମର ସଭାପତି ଜନତା ବେହେରା, ସମ୍ପାଦକ ଦୀପକ ସାହୁ, ସରପଂଚ ନରେଶଚନ୍ଦ୍ର ବେହେରା, ରାଜକିଶୋର ବେହେରା ପ୍ରମୁଖ ଚେତାବନୀ ଦେଇଛନ୍ତି । ଅପରପକ୍ଷେ କୋଇଲା ଖଣି ପାଇଁ ସର୍ଭେକାର୍ଯ୍ୟ ଶାନ୍ତିଶୃଙ୍ଖଳାରେ କରିବାନେଇ ସପକ୍ଷବାଦୀଙ୍କ ପକ୍ଷରୁ ଦାବି ହେଉଛି । ତେବେ ବିପକ୍ଷବାଦୀଙ୍କ ବିରୁଧ ଯୋଗୁଁ ଘଟଣା ସ୍ଥଳରୁ ଏମସିଏଲ କର୍ତୁପକ୍ଷ ସର୍ଭେ କାର୍ଯ୍ୟ ଛାଡ଼ି ପଳାଯାଇଥିବା ଦେଖିବାକୁ ମିଳିଛି । ତେବେ ଅରଖପାଳ ଗ୍ରାମରେ କିଭଳି ସର୍ଭେକାର୍ଯ୍ୟ କରାଯିବ ସେ ନେଇ କୋଇଲା ଖଣିର ସପକ୍ଷବାଦୀମାନେ ଉପଜିଲ୍ଳାପାଳଙ୍କୁ ଲିଖିତ ଭାବେ ଜଣାଇବେ ବୋଲି ନିରଞ୍ଜନ ପ୍ରଧାନ ଜଣାଇଛନ୍ତି ।