ବନବିଭାଗ ପକ୍ଷରୁ ବନ ମହୋତ୍ସବ ସପ୍ତାହ ଅବସରରେ ସ୍କୁଲ୍ ପ୍ରାଙ୍ଗଣରେ ବୃକ୍ଷ ରୋପଣ

ପାଳନ କରାଯାଉଅଛି ବନ ମହୋତ୍ସବ ସପ୍ତାହ ଓ ଉକ୍ତି ରହିଛି “”ଗୋଟିଏ ଗଛ ମାଆ ନାମରେ “” । ଏହି ପରିପ୍ରେକ୍ଷୀରେ କେନ୍ଦୁଝର ଜିଲ୍ଲା ବଡ଼ବିଲ ପୌରାଞ୍ଚଳ ରେ ମାନ୍ୟବର ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତଙ୍କର ତାଲୁକ୍ ଆଇନ୍ ସେବା କମିଟି ଓ ବଡ଼ବିଲ ବାନାଞ୍ଚଳ ପକ୍ଷରୁ ମିଳିତ ଭାବେ ବଡ଼ବିଲ ପୌରାଞ୍ଚଳ ୱାର୍ଡ଼ ନମ୍ବର୍ ପନ୍ଦର ସ୍ଥିତ ୱାର୍ଡ଼ ନମ୍ବର୍ ଚାରି ଉପ୍ରା ପ୍ରାଥମିକ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କରାଯାଇଛି। ଏହି ଅବସରରେ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ମଲ୍ଲିକା ଗୋୟେଙ୍କା ନିଜ କର୍ମଚାରୀ ଓ ଆଇନ୍ ଜିବୀଙ୍କ ସହ ଉପସ୍ଥିତ ଥିବାବେଳେ ବନ ବିଭାଗ ପକ୍ଷରୁ ବଡ଼ବିଲ ରେଞ୍ଜର ସଞ୍ଜୀବ ରାଉତ୍ ନିଜ କର୍ମଚାରୀଙ୍କ ସହ ଉପସ୍ଥିତ ରହି ପ୍ରଥମେ ଏକ ବୃକ୍ଷ ମୂଳରେ ଫୁଲ ଚନ୍ଦନ ଦେଇ ଧୂପ ଲଗେଇ ନଡ଼ିଆ ପିଟି ପୂଜାର୍ଚ୍ଚନା କରି ବୃକ୍ଷ ରୋପଣ କରିଥିବା ଦେଖିବାକୁ ମିଳିଥିଲା। ଏବଂ ସ୍କୁଲ୍ ର ପ୍ରଧାନ ଶିକ୍ଷୟତ୍ରୀ ବିଷ୍ଣୁ ପ୍ରିୟା ପତି ସ୍କୁଲ୍ ର ଛାତ୍ର ଛାତ୍ରୀଙ୍କ ସହ ଉପସ୍ଥିତ ରହି ଆମ୍ବ ଅଁଳା ପିଜୁଳି ଇତ୍ୟାଦି ବିଭିନ୍ନ ପ୍ରଜାତିର ବୃକ୍ଷ ରୋପଣ କରିଥିଲେ।କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ
