ଘର ବାହୁଡ଼ା ହେଲେ ଚତୁର୍ଦ୍ଧା ମୂରତୀ
ତାଳଚେରତାଳଚେର, ୦୫/୦୭ ନବଦିନାତ୍ମକ ଯାତ୍ରାସାରି ଜନ୍ମବେଦୀ ଆଡ଼ପମଣ୍ଡପରୁ ବାହୁଡ଼ିଛନ୍ତି ଦାରୁ ବିଗ୍ରହ । ଏନେଇ ରଥ ଓ ପଥ ପ୍ରସ୍ତୁତ । ବାହୁଡ଼ା ଯାତ୍ରା ଜନ୍ମଦେବୀରେ ଲୀଳାଖେଳା ସାରି ବାହୁଡ଼ିଲେ ମହାବାହୁ । ସେବାୟତମାନେ ଉତ୍କଣ୍ଠାର ସହ ରଥକୁ ବିଜେ କରିଛନ୍ତି । ସେହିପରି ଭକ୍ତମାନେ ମଧ୍ୟ ତାଙ୍କର ପ୍ରିୟ କାଳିଆ ସାନ୍ତେଙ୍କୁ ରଥରେ ବସାଇ ରଥଟାଣିନେବାକୁ ବ୍ୟାକୁଳ ହୋଇଥିଲେ । ବଡ଼ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କୁ ଧରି ଶ୍ରୀମନ୍ଦିର ଫେରିବେ ଶ୍ରୀ ଜଗନ୍ନାଥ । ବାହୁଡ଼ାଯାତ୍ରାକୁ ଶୃଙ୍ଖଳିତରେ ସାରିବାକୁ ସବୁ ପ୍ରକାର ବ୍ୟବସ୍ଥା କରାଯାଇଥିଲା । ବାହୁଡ଼ା ଯାତ୍ରା ପାଇଁ ଆଜି ସନ୍ଧ୍ୟା ଦର୍ଶନ ନୀତିକାନ୍ତକୁ ସଙ୍କୁଚିତ କରାଯାଇଥିଲା । ସନ୍ଧ୍ୟା ୪ଘଟିକାରେ ମନ୍ଦିର ଶୋଧକରାଯାଇ ଆରମ୍ଭ ହୋଇଛି ବାହୁଡ଼ା ଯାତ୍ରା ପ୍ରସ୍ତୁତି । ଅନ୍ୟପକ୍ଷରେ ବାହୁଡ଼ାଯାତ୍ରା ପାଇଁ ନୀତିକାନ୍ତୀ ଚୂଡ଼ାନ୍ତ କରାଯାଇଥିଲା । ମଙ୍ଗଳଆଳତୀ, ମଇଲମ, ତଡ଼ପଲାଗି ଓ ରୋଷହୋମ, ଅବକାଶ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା ଓ ବେଶଶେଷ ହୋଇ ସକାଳ ମଧ୍ୟରେ ଗୋପାଳ ବହ୍ଲଭ, ସକାଳ ଧୂପ ଏବଂ ଭୋଗ ଲାଗିଥିଲା । ସେନାପଟ ଲାଗି, ମଙ୍ଗଳାର୍ପଣ, ବାହୁଡ଼ା ପହଣ୍ଡି ବେଶଶେଷ, ଛେରାପହଁରା, ଚାରମାଳ ଫିଟାଇ ରଥଟାଣିବା ପାଇଁ ନୀତିକାନ୍ତ ଚୂଡ଼ାନ୍ତ ହୋଇଥିଲା । ଆଜି ବାହୁଡ଼ାଯାତ୍ରା । ଜନ୍ମବେଦୀରୁ ରତ୍ନବେଦୀକୁ ବାହୁଡ଼ିବେ ତିନିଠାକୁର । ଆଶାଢ଼ମାସ ଶୁକ୍ଳପକ୍ଷ ଦଶମୀ ବା ବାହୁଡ଼ା ଦଶମୀ ଦିନ ତିନି ଠାକୁର ଗୁଣ୍ଡିଚା ଘରୁ ବଡ଼ଦେଉଳକୁ ଫେରନ୍ତି । ଏହି ଫେରନ୍ତାକୁ କୁହାଯାଏ ବାହୁଡ଼ାଯତ୍ରା । ବାହୁଡ଼ା ଯାତ୍ରା ବା ଦକ୍ଷିଣାଭିମୁଖୀ ଯାତ୍ରା । ନବମ ଦିବସରେ ଦେବତାମାନଙ୍କୁ ରଥରେ ଅଧିଷ୍ଠିତ କରାଇବା ପାଇଁ ସ୍କନ୍ଦପୁରାଣ ଉତ୍କଳ ଖଣ୍ଡରେ ଉଲ୍ଲେଖ ରହିଛି । ସେହିଦିନ ପ୍ରାତଃକାଳ ଅତ୍ୟନ୍ତ ସମୃଦ୍ଧିବାନ୍ । ଭଗବାନ ବିଷ୍ଣୁଙ୍କର ପାଳିତ ଦକ୍ଷିଣାମୁଖୀ ଯାତ୍ରା ସେଦିନ ଦେଖିବା ଅତ୍ୟନ୍ତ ଦୁର୍ଲଭ । ତେବେ ସମ୍ପୂର୍ଣ୍ଣ ଯାତ୍ରାକୁ ତିନୋଟି ଅଙ୍ଗରୂପେ ଧରାଯାଇଛି । ଏଥିମଧ୍ୟରୁ ରଥଯାତ୍ରା ଗୋଟିଏ ଅଙ୍ଗ, ଗୁଣ୍ଡିଚା ମନ୍ଦିରରେ ଦ୍ୱିତୀୟବାସ ଅଙ୍ଗ ଓ ବାହୁଡ଼ାବିଜେ ପର୍ଯ୍ୟନ୍ତ ତୃତୀୟ ଅଙ୍ଗ ବୋଲି ବିବେଚନା ପୂର୍ବପୁରୁଷରୁ କରି ଆସିଛନ୍ତି । ତେବେ ଏହିପରି ତାଳଚେର ପ୍ରସିଦ୍ଧ ରଥଯାତ୍ରା ଓ ବାହୁଡ଼ାଯାତ୍ରା ମହାବାହୁଙ୍କର ରୀତିନୀତି ଅନୁସାରେ ପାଳନ ହୋଇ ଆସୁଛି ।ବର୍ଷକୁ ଥରେ ମାତ୍ର ପ୍ରଭୂ ଦେଉଳଛାଡ଼ି ଯାତ୍ରା କରୁଥିବା ବେଳେ ପୁଣି ବାହୁଡ଼ା ଯାତ୍ରାଦିନ ବଡ଼ଦେଉଳକୁ ଫେରି ଆସନ୍ତି । ପୁସ୍ତିକାରେ ଲେଖାଯାଇଥିବା ଳେଖନୀରୁ, ପ୍ରଭୂ ମା’ଲକ୍ଷ୍ମୀଙ୍କୁ ୬ଦିନ କହି ୯ଦିନ ଯାତ୍ରା କରିବା ପ୍ରଥା ମାତା ଲକ୍ଷ୍ମୀଙ୍କ ଦେହରେ ନଯାଇ ସେ ରାଗଋଷା ଓ ଅଭିମାନ କରି ହେରାପଂଚମୀ ଦିନ ବଡ଼ଦେଉଳରୁ ଗୁଣ୍ଡିଚା ମନ୍ଦିରରେ ପଂହଚି ଯାଆନ୍ତି, ପ୍ରଭୂଙ୍କ ସହ ରାଗଋଷା କରିବାକୁ । ତେବେ ପ୍ରଭୂ ରଥଯାତ୍ରା ଠାରୁ ଆରମ୍ଭ କରି ବାହୁଡ଼ା ଯାତ୍ରା ଓ ଏକାଦଶୀ ସାରି ପୁଣି ବଡ଼ଦେଉଳକୁ ବିଜେ କରିଥାନ୍ତି । ମା’ଲକ୍ଷ୍ମୀଙ୍କର ରାଗଋଷା ଶିଖରେ ପଂହଚି ଯାଇଥିବାରୁ ମା’ଙ୍କ ରାଗ ଶାନ୍ତ କରିବାକୁ ପ୍ରଭୂ ତାଙ୍କ ପାଇଁ ସ୍ନେହର ସହ କିଛି ଲଡ଼ୁ ସାଥିରେ ନେଇ ବଡ଼ଦେଉଳ ଅଭିମୁଖେ ଯାତ୍ରା କରନ୍ତି । ଏହି ପ୍ରଭୂଙ୍କ ରଥଯାତ୍ରାଟି ବର୍ଷକୁ ଥରେ ହୋଇଥିବାରୁ ଶ୍ରଦ୍ଧାଳୁମାନେ ପ୍ରଭୂଙ୍କ ଯାତ୍ରା ଦେଖିବାକୁ ନିଜ ଭାଗ୍ୟର ସହ ତୁଳନା କରିଛନ୍ତି । ତେଣୁ ତାଳଚେର ରଥଯାତ୍ରା ଏକ ଐତିହାସିକ ଓ ପୂରାତନ ଯୁଗରୁ ଚାଲି ଆସିଥିବାରୁ ରଥଯାତ୍ରାରେ ପ୍ରବଳ ଭକ୍ତଙ୍କ ସମାଗମ ହେଉଥିବା ଇତିହାସ କହୁଛି । ଲକ୍ଷ୍ୟ କରନ୍ତୁ ଯିଏ ରଥାରୁଢ଼ ହୋଇ ବସିଲେ ସେ ହିଁ ଯେ ସକଳ ଶକ୍ତିର ଅଧାର, ସେ ହିଁ ଦେବତା ତାହା ସବୁବେଳେ ନୁହେଁ । କୁରୁକ୍ଷେତ୍ରରେ ରଥାରୁଢ଼ ହୋଇଥିଲେ ଅର୍ଜୁନ, ସାରଥି ଥିଲେ କୃଷ୍ଣ । କିନ୍ତୁ କୃଷ୍ଣଙ୍କ ବିନା ମହାଭାରତରେ ଅର୍ଜୁନ ହୁଏତ ପ୍ରତିପ୍ରତି ଦେଖାଇ ପାରି ନଥାନ୍ତେ । ଅର୍ଥାତ୍ ଯିଏ ପରିଚାଳନା କରୁଛି ସିଏ ହିଁ ଯୁଦ୍ଧ ଜିତିବାର ମୁଖ୍ୟ ଭୂମିକା ନେଇଥାନ୍ତି । ଆଉ ଗୋଟିଏ କଥା ରଥଯାତ୍ରାରେ ଭକ୍ତଙ୍କ ଭୂମିକା ସର୍ବୋପରି କାରଣ ରଥକୁ ଭକ୍ତମାନେ ହିଁ ଟାଣିଥାନ୍ତି । ରଥଯାତ୍ରା ବେଳେ ବୃକ୍ଷରୋପଣ କରାଯିବାର ପ୍ରଥା ଓଡ଼ିଶା ସମତେ ସମଗ୍ର ଭାରତରେ ବହୁ ପ୍ରାଚୀନ ଯୁଗରୁ ରହି ଆସିଛି । ଏହାର କାରଣ ହେଲା ଜୁନର ମଝାମଝି ପୂର୍ବ ଭାରତର ମୌସୁମୀ ଆସିଯାଏ ।