ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ୍ ୧୨ଟି ଦେଶ ଉପରେ ରପ୍ତାନୀ ଶୁଳ୍କ ବୃଦ୍ଧି ଘୋଷଣାପତ୍ରରେ ସ୍ୱାକ୍ଷର କରିଛନ୍ତି । ଏଥିରେ ସମ୍ପୃକ୍ତ ଦେଶଗୁଡ଼ିକ ଆମେରିକାକୁ ରପ୍ତାନୀ କରୁଥିବା ସାମଗ୍ରୀ ଉପରେ ଲାଗୁ ହେବାକୁ ଥିବା ବିଭିନ୍ନ ଶୁଳ୍କ ହାରକୁ ପୂର୍ଣ୍ଣାଙ୍ଗ ରୂପ ଦିଆଯାଇଛି । ଏହି ପ୍ରସ୍ତାବଗୁଡ଼ିକୁ ଆସନ୍ତା ସୋମବାର ଦିନ ସମ୍ପୃକ୍ତ ଦେଶଗୁଡ଼ିକୁ ପଠାଯିବ ।
ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ଟ୍ରମ୍ଫ୍ କହିଛନ୍ତି, କିଛି ଶୁଳ୍କ ୭୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରାଯାଇପାରେ, ଯାହା ଆସନ୍ତା ଅଗଷ୍ଟ ପହିଲାରୁ କାର୍ଯ୍ୟକାରୀ ହେବାର ସମ୍ଭାବନା ରହିଛି ।ସୂଚନାଯୋଗ୍ୟ, ଗତ ଏପ୍ରିଲ୍ରେ ଶ୍ରୀ ଟ୍ରମ୍ଫ୍ ଅଧିକାଂଶ ଆମଦାନୀ ଉପରେ ମୂଳ ୧୦ ପ୍ରତିଶତ ଶୁଳ୍କ ଘୋଷଣା କରିଥିଲେ । ଚୀନ ସମେତ କିଛି ଦେଶପାଇଁ ଆମେରିକା ପକ୍ଷରୁ ଉଚ୍ଚ ଶୁଳ୍କ ହାର ଘୋଷଣା କରାଯାଇଥିବାବେଳେ ବର୍ଦ୍ଧିତ ଶୁଳ୍କଗୁଡ଼ିକୁ ଜୁଲାଇ ୯ ତାରିଖ ପର୍ଯ୍ୟନ୍ତ ଅସ୍ଥାୟୀ ଭାବେ ସ୍ଥଗିତ ରଖାଯାଇଥିଲା । ଏପର୍ଯ୍ୟନ୍ତ ଆମେରିକା ଲଣ୍ଡନ୍ ଏବଂ ଭିଏତ୍ନାମ୍ ସହିତ ବାଣିଜ୍ୟ ଚୁକ୍ତିନାମା ଚୁଡ଼ାନ୍ତ କରିଛି । ତେବେ ଭାରତ କୌଣସି ଚୁକ୍ତିରେ ସ୍ୱାକ୍ଷର କରି ନାହିଁ ବୋଲି ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋଲୟ କହିଛନ୍ତି । ତେବେ ଭାରତର ଜାତୀୟ ସ୍ୱାର୍ଥକୁ ସୁହାଇବା ଭଳି ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହି ଚୁକ୍ତିନାମାରେ ସ୍ୱାକ୍ଷର କରାଯିବ ବୋଲି ସେ କହିଛନ୍ତି ।