ଲୀଳାଖେଳା ସାରି ବାହୁଡ଼ିଲେ ଚକା ଆଖୂ ଭାଇ ଭଉଣୀଙ୍କୁ ଘେନି

ଅନୁଗୋଳ : ଆଜି ବାହୁଡା଼ ଯାତ୍ରା ଉତ୍ସାହ ଉଦ୍ଦୀପନାର ସହ ସମ୍ପନ୍ନ ହୋଇଛି। ଜନ୍ମବେଦିରେ ୯ ଦିନ ଲୀଳାଖେଳା ସାରି ଭଉଣୀ ସୁଭଦ୍ରା ଏବଂ ବଡ଼ଭାଇ ବଳଭଦ୍ରଙ୍କୁ ସାଥ୍ରେ ଧରି ଫେରିଛନ୍ତି ମହାବାହୁ ।ସକାଳୁ ପାରମ୍ପରିକ ନୀତି କାନ୍ତି ସହ ପୂଜାର୍ଚ୍ଚନା ପରେ ମାଉସୀ ମା ମନ୍ଦିରରୁ ପହଣ୍ଡି ଆରମ୍ଭ ହୋଇଥିଲା। ପହଣ୍ଡି ସେବକ ମାନେ ତିନି ଦିଅଁ ଓ ସୁଦର୍ଶନଙ୍କୁ ନାମ ସଙ୍କୀର୍ତ୍ତନ ଘଣ୍ଟ ଘଣ୍ଟା ମଧ୍ୟରେ ରଥାରୁଢ଼ କରାଇଥିଲେ।ଝିପି ଝିପି ବର୍ଷାରେ ମଧ୍ଯ ହଜାର ହଜାର ଲୋକଙ୍କ ସମାବେଶ ଦେଖୁବାକୁ ମିଳିଥିଲା ।

ପ୍ରବଚକ ବନ୍ଧୁମାନେ ଲାଇଭ ଧାରା ବିବରଣୀ ପ୍ରଦାନ କରିଥିଲେ। ସବୁଠାରେ ଶାନ୍ତି ଶୃଙ୍ଖଳା,ଆଲୋକ,ପାନୀୟ ଜଳ ପାଇଁ ସବୁ ପ୍ରକାର ବ୍ୟବସ୍ଥା କରାଯାଇଥିଲା। ରବିବାର ସୁନା ବେଶ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି।ଅନୁଗୁଳରୁ ସୁଧାକର ସାହୁ
