*ଭଟଲି ବ୍ଲକରେ ବନମହୋତ୍ସବ ଓ ପରିବେଶ ସଚେତନତା କାର୍ଯ୍ୟକ୍ରମ*

ବରଗଡ:୬/୭(ପବିତ୍ର ମେହେର) ଜଙ୍ଗଲ,ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଓଡ଼ିଶା ସରକାରଙ୍କ ଆନୁକୂଲ୍ୟରେ ବରଗଡ଼ ବନଖଣ୍ଡ ଭଟଲି ବନାଞ୍ଚଳ ପକ୍ଷରୁ ୭୬ ତମ ବନ ମହୋତ୍ସବ ସପ୍ତାହ ଉପଲକ୍ଷେ ସଚେତନତା ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ଏକ ପେଡ ମାଁ କେ ନାମ୍ ୨.୦ ଭଟଲି ନିକଟବର୍ତ୍ତୀ ଗ୍ରାମ୍ୟ ଜଙ୍ଗଲ ପରିସରରେ ଅନୁଷ୍ଠିତ ହୋଇଯାଇଛି।

ଏହି ଅବସରରେ ବରଗଡ଼ ବନଖଣ୍ଡ ଅଧିକାରୀ ବିକ୍ରମ ଦେବ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ମୁଖ୍ୟ ଅତିଥି ଭାବରେ ଭଟଲି ବିଧାୟକ ଇରାସିସ୍ ଆଚାର୍ଯ୍ୟ,ସମ୍ମାନିତ ଅତିଥି ଭାବରେ ବ୍ଲକ ଅଧ୍ୟକ୍ଷ ନିତ୍ୟାନନ୍ଦ ପଧାନ ଯୋଗ ଦେଇ ଚାରା ରୋପଣ କରିବା ସହ ଚାରା ବିତରଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।ପ୍ରାରମ୍ଭରେ ଅତିଥିବୃନ୍ଦ ଭଟଲିର ଆରାଧ୍ୟ ଦେବତା ଶ୍ରୀ ଶ୍ରୀ ଦଧିବାମନ ମହାପ୍ରଭୁଙ୍କ ନିକଟରେ ପୂଜାର୍ଚ୍ଚନା କରିବା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା।ଏସିଏଫ୍ ହର ମୋହନ ରଥ କାର୍ଯ୍ଯକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ।ପ୍ରକୃତି ବନ୍ଧୁ ନୀଳକଣ୍ଠ ସା,ସଞ୍ଜୟ ଖମାରୀ, ଆନନ୍ଦ ସାହୁ, ସୁଶୀଲ ସାହୁ, ଦୟାନିଧି ପଧାନ,ସତିହାରୀ ବାଳିକା ହାଇସ୍କୁଲ ଭଟଲିର ଛାତ୍ରୀଙ୍କ ସହିତ ପ୍ରଧାନ ଶିକ୍ଷୟିତ୍ରୀ ଚନ୍ଦ୍ରମା ଡନସନା, ଶିକ୍ଷୟିତ୍ରୀ ଅନିମା ବାରିକ,ପ୍ରକୃତି ପ୍ରେମୀ ଉଚ୍ଛବ ଭୁଏ ଓ ଚିତ୍ତରଞ୍ଜନ ଭୋଇ ଯୋଗ ଦେଇ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସକ୍ରିୟାତ୍ମକ ଅଂଶ ଗ୍ରହଣ କରିଥିଲେ। ମୁଖ୍ୟ ଅତିଥି ଶ୍ରୀ ଆଚାର୍ଯ୍ୟ ବୃକ୍ଷରୋପଣ ପରି ମହତ୍ କାର୍ଯ୍ୟରେ ସମସ୍ତେ ଯୋଗଦେବା ଉଚିତ ବୋଲି ମତ ବ୍ୟକ୍ତ କରିଥିଲେ। ଭଟଲି ନିକଟବର୍ତ୍ତୀ ଗ୍ରାମ୍ୟ ଜଙ୍ଗଲ ପରିସରରେ ଶିଶୁ, ଫାସି, ଶାଗୁଆନ, ଜାମୁ, ଅଁଳା, ନିମ୍ବ , ଅଶ୍ଵତଥ,ପିଜୁଳି ଆଦି ୧୦୦୦ ଟି ଚାରାରୋପଣ କରାଯାଇଥିଲା।ମୁଖ୍ୟ ଅତିଥିଙ୍କ ସମେତ ଉପସ୍ଥିତ ସମସ୍ତ ପ୍ରକୃତିପ୍ରେମୀ ଚାରା ରୋପଣ କରିଥିଲେ।ଭଟଲି ବ୍ଲକର ବିଭିନ୍ନ ସ୍ଥାନରେ ସବୁଜ ରଥ ପରିକ୍ରମା କରି ପ୍ରାୟ ୧୫୦୦ଟି ଚାରା ବିତରଣ କରାଯାଇଥିଲା। ଏହି ଅବସରରେ ମୁଖ୍ୟ ଅତିଥି ବିଭିନ୍ନ ଗ୍ରାମ୍ୟ ଜଙ୍ଗଲ ଜମିର ପଟ୍ଟା ଗ୍ରାମ୍ୟ କମିଟିର କର୍ମକର୍ତ୍ତାଙ୍କୁ ପ୍ରଦାନ କରିଥିଲେ।ପ୍ରକୃତିବନ୍ଧୁ ଆନନ୍ଦ ସାହୁ ସଭାକାର୍ଯ୍ୟ ପରିଚାଳନା କରିଥିବା ବେଳେ ପରିବେଶବିତ୍ ସଞ୍ଜୟ ଖମାରୀ ସହଯୋଗ କରିଥିଲେ। ଭଟଲି ଅଞ୍ଚଳର ସମସ୍ତ ପ୍ରକୃତି ପ୍ରେମୀ ଏଥିରେ ଅଂଶ ଗ୍ରହଣ କରି ଚାରା ରୋପଣ କରିଥିଲେ।ବୈଠକ ଶେଷରେ ଏସିଏଫ୍ ହର ମୋହନ ରଥ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ସହ ଭଟଲି ବନାଞ୍ଚଳ ଅଧିକାରୀ ପ୍ରଶାନ୍ତ କୁମାର ଓରାମ, ବନପାଳ ରାଜେନ୍ଦ୍ର ସିଂଙ୍କ ସମେତ ଭଟଲି ବନାଞ୍ଚଳର ସମସ୍ତ କର୍ମଚାରୀ ସକ୍ରିୟ ସହଯୋଗ କରିଥିଲେ।
