ପୂରୀ:ପବିତ୍ର ସୁନାବେଶରେ ରାଧାବଲ୍ଲଭ ମଠରୁ ଖସି ଜଣେ ଭକ୍ତ ଗୁରୁତର । ସୂଚନାମୁତାବକ, ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖ ରାଧାବଲ୍ଲଭ ମଠରେ ବସିଥିବାବେଳେ ଭକ୍ତଙ୍କୁ ମାଙ୍କଡ ଗୋଡାଇଥିଲା। ଏହି ସମୟରେ ବାବାଜୀ ବେହେରା ନାମକ ଜଣେ ବ୍ୟକ୍ତି ତଳକୁ ପଡିଯାଇଥିଲେ।
ଜଗତସିଂହପୁର ପାଟେଳୀ ଗାଁର ବାବାଜୀ ବେହେରା ଗୁରୁତର ହୋଇଛନ୍ତି ।
ତାଙ୍କୁ ପ୍ରଥମେ ସଦର ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକ ସ୍ଥାନାନ୍ତର କରାଯାଇଛି ।ସୂଚନାଥାଉକି, ସନ୍ଧ୍ୟାରୁ ରାତ୍ର ୧୧ଟା ପର୍ଯ୍ୟନ୍ତ ଏହି ଦୁର୍ଲ୍ଲଭ ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ଚତୁର୍ଦ୍ଧାମୂର୍ତ୍ତି । ଏଥିପାଇଁ ଆଜି ଜନସମୁଦ୍ର ପାଲଟିଛି ବାଡଦାଣ୍ଡ । ବାହୁଡା ପରେ ବିଶ୍ବନିୟନ୍ତଙ୍କ ସୁନାବେଶ ଦର୍ଶନ ପୁରୀକୁ ପାଇଁ ଲକ୍ଷ ଲକ୍ଷ ଭକ୍ତଙ୍କ ସୁଅ ଛୁଟିଛି ।