ରାୟଗଡାରେ ଜଡିବୁଟି ବିତରଣ ଦିବସ ପାଳନ
ଆଚାର୍ଯ୍ୟ ବାଳ କୃଷ୍ଣ ଙ୍କ ଜନ୍ମତିଥି ଉପଲକ୍ଷେ, ଭାରତୀ ନୃସିଂହ ବାସ୍ତୁ ଏବଂ ଯୋଗ ଏକାଡେମି ଏବଂ ଗାୟତ୍ରୀ ମୋଡେଲ ସ୍କୁଲ୍ ତରଫରୁ ଏକ ଚାରା ବଣ୍ଟନ ସମାବେସ ହୋଇଥିଲା | ଏହି ସମାବେସ ଗଜପତି ଛକ ଠାରୁ ଆରମ୍ଭ ହୋଇ ଇନ୍ଦିରା ନଗର ୪ ନମ୍ବର ଗଳିରେ ସ୍ଥିତ ଏକାଡେମୀ ପର୍ଯ୍ୟନ୍ତ ଆସି ଚାରା ବଣ୍ଟନ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା, ଏହି ଔଶୋଧିୟ ଚାରାକୁ ଏକାଡେମି ପରିସରରେ ରୋପଣ କରାଯାଥିଲା, ଏହି କାର୍ଯ୍ୟକ୍ରମରେ ଏକାଡେମିର ନିର୍ଦ୍ଧେଶକ ଭାବେ ଶ୍ରୀ ନୃସିଂହ କୁମାର ବାହିନୀପତି, ସମ୍ପାଦିକା ଶ୍ରୀମତୀ ଭାରତୀ ବାହିନୀପତି, କାର୍ଯ୍ୟକାରିଣୀ ସମ୍ପାଦିକା ଶ୍ରୀମତୀ ସନ୍ତୋଷି ସେନାପତି, କାର୍ଯ୍ୟକାରିଣୀ ଯୁଗ୍ମ ସମ୍ପାଦିକା ଶ୍ରୀମତୀ ପ୍ରତିମା ପାଣିଗ୍ରାହୀ, କାର୍ଯ୍ୟକାରି ଉପସଭାପତି ସନ୍ତୋଷ କୁମାର ବଛା, କାର୍ଯ୍ୟକାରିଣୀ ଯୁଗ୍ମ ସମ୍ପଦିକା ମାନେ ଶ୍ରୀମତୀ ଟୁନି ମହାଙ୍କୁଡ଼, ସ୍ୱାଧୀନା ପଣ୍ଡା, ଦୀକ୍ଷା ଆଶାରାଣୀ ଏବଂ ଗାୟତ୍ରୀ ମୋଡେଲ୍ ସ୍କୁଲର ପ୍ରିନ୍ସିପାଲ୍ ଶ୍ରୀ ଲଷ୍ମୀ ପ୍ରସାଦ ପଟନାୟକ୍, ଶ୍ରୀ ବାଳକୃଷ୍ଣ ପାତ୍ର, ଶ୍ରୀମତୀ ଟୁନି ଦେବୀ ପାଣିଗ୍ରାହୀ, ଶ୍ରୀମତୀ ସଂଯୁକ୍ତା ଗୌଡ଼ ଏବଂ ଛାତ୍ରଛାତ୍ରୀ ମାନେ ଏହା ବ୍ୟତୀତ ଯୁଗଳ କିଶୋର ପଣ୍ଡା ଏବଂ ପ୍ରଭୁ ପ୍ରସାଦ ବାହିନୀପତି ଓ ଦୁର୍ଗା ମାଧବ ଘୋସ୍ ଚାରା ବିତରଣ ଏବଂ ରୋପଣ କାର୍ଯ୍ୟକ୍ରମରେ ସହଯୋଗ ଦେଇଥିଲେ, ସମସ୍ତଙ୍କ ଦ୍ୱାରା ଜଡିବୁଟି ଲଗାଅ ଏବଂ ଜୀବନ ବଞ୍ଚାଅ ନାରା ଦିଆଯାଇଥିଲା |



