ବଜ୍ରପାତରୁ ରକ୍ଷା ପାଇବା ନିମନ୍ତେ ସଚେତନତା ରଥ ପରିକ୍ରମା ଶୁଭାରମ୍ଭ । ଢ଼େଙ୍କାନାଳ, ତI. ୮.୯.୨୦୨୫- ଜିଲ୍ଲାରେ ବଜ୍ରପାତରେ ଅଧିକ ଜୀବନ ହାନୀ ଘଟୁଥିବାରୁ ଜନସାଧାରଣଙ୍କୁ ସଚେତନ କରାଇ ସାବଧାନତା ଅବଲମ୍ବନ କରିବା ନିମନ୍ତେ ଆଜି ଜିଲାପାଳଙ୍କ କାର୍ଯ୍ୟାଳୟ ଠାରେ ଏକ ସଚ଼େତନତା ରଥ ପରିକ୍ରମାର ଶୁଭାରମ୍ଭ ହୋଇଛି । ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ପକ୍ଷରୁ ଆୟୋଜିତ ଏହି ସଚେତନତା ରଥକୁ ଆଜି ପୂର୍ବାହ୍ନରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରମେଶ ଚନ୍ଦ୍ର ସେଠୀ ଏବଂ ଜିଲ୍ଲା ସୂଚ଼ନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ଅଭିଷେକ ବେହେରା ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି ରଥ ଜିଲ୍ଲାର ସମସ୍ତ ୨୧୪ଟି ଗ୍ରାମ ପଞ୍ଚାୟତରେ ବୁଲି ଜନସାଧାରଣଙ୍କୁ ବଜ୍ରପାତ ପ୍ରତି ସାବଧାନତା ଅବଲମ୍ବନ କରିବାପାଇଁ ବଜ୍ରପାତ ସମୟରେ କଣ କରିବେ ଓ କଣ କରିବେ ନାହିଁ ସେ ସମ୍ପର୍କରେ ସଚେତନ କରିବ ।

November 8, 2025/
No Comments
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://jagratbharatnews.in/wp-content/uploads/2025/11/Picsart_25-11-05_07-59-52-526-3.jpg)

