ଏସପି ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମହିଳାଙ୍କ ଧାରଣା
ଢେ଼ଙ୍କାନାଳ ଏସପି ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଜି ଜଣେ ମହିଳା ଧାରଣା ଦେଇଛନ୍ତି । ମହିଳାଙ୍କ ଅଭିଯୋଗ ଅନୁଯାୟୀ ଦେଉଳ ସାହି ଅଞ୍ଚଳ ର ଜଣେ ଯୁବକ ମହିଳାଙ୍କ ପୁଅଙ୍କ ଠାରୁ ଟଙ୍କା ନେଇ ତାଙ୍କୁ ଏକ କାର କିଣେଇ ଦେବା ପାଇଁ କହିଥିଲେ । ଅଢେଇ ଲକ୍ଷ ଟଙ୍କା ନେଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ନା କାର ଦେଉଛନ୍ତି ନା ଟଙ୍କା ମାଗିଲେ ଟଙ୍କା ଫେରସ୍ତ କରୁଛନ୍ତି ।ଏଥି ପାଇଁ ଏ ସମ୍ପର୍କରେ ଟାଉନ ଥାନାରେ ବୋରାପଦା ଅଞ୍ଚଳ ର ବାସନ୍ତୀ ସ୍ୱାଇଁ ନାମକ ମହିଳା ଅଭିଯୋଗ କରିଥିଲେ । ଏହା ସହିତ ମଧ୍ୟ ବିଭିନ୍ନ ସମୟରେ ଏସପି ଙ୍କ କାର୍ଯ୍ୟାଳୟ ଓ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ କୁ ଆସି ମଧ୍ୟ ଫେଲ୍ କରିଛନ୍ତି। ତେଣୁ ଆଜି ଏସପି ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା ।ପୋଲିସ ମାନେ ତାଙ୍କୁ ବୁଝାଇଥିଲେ ମଧ୍ୟ କୌଣସି ଫଳ ମିଳିନଥିଲା।

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://jagratbharatnews.in/wp-content/uploads/2025/11/Picsart_25-11-05_07-59-52-526-3.jpg)

