ଭୁବନେଶ୍ୱର : ଏଥର ନୂଆପଡ଼ା ନିର୍ବାଚନରେ ୨,୪୮,୨୫୬ ଜଣ ମତଦାତା ଭୋଟ୍ ଦେବେ। ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଗଣମାଧ୍ୟମକୁ ଏହି ସୂଚନା ପ୍ରଦାନ କରାଯାଇଛି। ଭାରତ ନିର୍ବାଚନ ଆୟୋଗ ୦୧.୦୭.୨୦୨୫କୁ ଯୋଗ୍ୟତା ତାରିଖ ଭାବରେ ରଖି ଓଡ଼ିଶାର ୭୧-ନୂଆପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଅନୁଷ୍ଠିତ ହେବାକୁ ଯାଉଥିବା ଉପ-ନିର୍ବାଚନ ପାଇଁ ଜନପ୍ରତିନିଧିତ୍ୱ ଆଇନ, ୧୯୫୦ର ଧାରା ୨୧ ଅନୁଯାୟୀ ଏକ ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
ମତଦାନ କେନ୍ଦ୍ରଗୁଡ଼ିକର ପୁନଃବ୍ୟବସ୍ଥିକରଣ/ ପରିବର୍ତ୍ତନ : ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ଅନୁଯାୟୀ, ୭୧-ନୂଆପଡା ନିର୍ବାଚନ ମଣ୍ଡଳୀରେ ମୋଟ ୫୬ଟି ନୂତନ ମତଦାନ କେନ୍ଦ୍ର ସୃଷ୍ଟି କରାଯାଇଛି। ସେହିପରି, ୭୧-ନୂଆପଡା ନିର୍ବାଚନ ମଣ୍ଡଳୀରେ ମୋଟ ମତଦାନ କେନ୍ଦ୍ର ୩୦୨ ରୁ ୩୫୮କୁ ବୃଦ୍ଧି କରାଯାଇଛି। ଏହା ବ୍ୟତୀତ, ଏହି ପୁନଃବ୍ୟବସ୍ଥିକରଣ ପ୍ରକ୍ରିୟା ସମୟରେ ୭୧-ନୂଆପଡା ନିର୍ବାଚନ ମଣ୍ଡଳୀରେ ୫୨ଟି ମତଦାନ କେନ୍ଦ୍ରର ନାମ ପରିବର୍ତ୍ତନ କରାଯାଇଛି ।ପୁନଃବ୍ୟବସ୍ଥାପନ ପରେ ମୋଟ ମତଦାନ କେନ୍ଦ୍ର : ୩୫୮ମତଦାତା ସ୍ଥିତିର ବିବରଣୀ : ମୋଟ ମତଦାତା: ୨,୪୮,୨୫୬ପୁରୁଷ: ୧,୨୨,୧୦୩ମହିଳା: ୧,୨୬,୧୩୨ତୃତୀୟ ଲିଙ୍ଗ: ୨୧ବରିଷ୍ଠ ନାଗରିକ: ୨୦୦୭ଯୁବ ମତଦାତା: ୬୦୦୩ଭିନ୍ନକ୍ଷମ ମତଦାତା: ୪୦୦୦ଉପନିର୍ବାଚନ ପାଇଁ ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ସମ୍ପର୍କିତ ବୈଠକ ୧୫.୦୯.୨୦୨୫ ତାରିଖରେ ସ୍ୱୀକୃତିପ୍ରାପ୍ତ ସମସ୍ତ ରାଜନୈତିକ ଦଳଙ୍କ ସହ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ନିର୍ବାଚନ ଅଧିକାରୀ ଏବଂ ନିର୍ବାଚକ ପଞ୍ଜୀକରଣ ଅଧିକାରୀ ମାନଙ୍କୁ ସଂଶୋଧନର ସମସ୍ତ ପର୍ଯ୍ୟାୟରେ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳର ଜିଲ୍ଲା ୟୁନିଟଗୁଡ଼ିକୁ ସାମିଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ରାଜନୈତିକ ଦଳମାନଙ୍କୁ ଚିଠା ଭୋଟର ତାଲିକା ଉପଲବ୍ଧ କରାଯାଇଛି। ଚିଠା ଭୋଟର ତାଲିକାର ସଫ୍ଟ କପି ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳର ପ୍ରତିନିଧିମାନଙ୍କୁ ପ୍ରଦାନ କରାଯାଇଛି। ଭୋଟର ତାଲିକାର ଚୂଡ଼ାନ୍ତ ପ୍ରକାଶନ ୦୯.୧୦.୨୦୨୫ ତାରିଖରେ କରାଯିବ।

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://jagratbharatnews.in/wp-content/uploads/2025/11/Picsart_25-11-05_07-59-52-526-3.jpg)

