ଦ୍ବିତୀୟ ପର୍ଯ୍ୟାୟ “ସମ୍ଭବ” ପ୍ରଶିକ୍ଷଣ ଶିବିରର ତୃତୀୟ ଦିବସରେ ପ୍ରଧାନ ଶିକ୍ଷକମାନଙ୍କୁ ବିଦ୍ୟାଳୟରେ ସୁରକ୍ଷା ଓ ନିରାପତ୍ତା ବ୍ୟବସ୍ଥା ସହ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ସମ୍ବନ୍ଧୀୟ ଜ୍ଞାନ ପ୍ରଦାନ

ବରଗଡ଼:୨୪/୯(ପବିତ୍ର ମେହେର) ବରଗଡ଼ଜିଲ୍ଲା ସଦରମହକୁମାରେ ଅବସ୍ଥିତ ପି ଏମ ଶ୍ରୀ ବାଳିକା ହାଇସ୍କୁଲ,ବରଗଡ଼ରେ ପଞ୍ଚଦିବସୀୟ ପ୍ରଶିକ୍ଷଣ ଶିବିର “ସମ୍ଭବ”ର ଦ୍ଵିତୀୟ ପର୍ଯ୍ୟାୟ ଶୁଭାରମ୍ଭ ହୋଇଯାଇଛି।ଏହି ପର୍ଯ୍ୟାୟର ତୃତୀୟ ଦିବସରେ ଝାରବନ୍ଧ ବ୍ଲକ ଶିକ୍ଷା ଅଧିକାରୀ ଶୁଭମ୍ ପତି ପ୍ରଶିକ୍ଷାର୍ଥୀମାନଙ୍କୁ ବିଦ୍ୟାଳୟରେ ଅନ୍ତର୍ନିବେଶୀ ଶିକ୍ଷା ଓ ସମତା ଏବଂ ନୋଟିଂ ଓ ଡ୍ରାଫ୍ଟିଂ କରିବା ପଦ୍ଧତି ସମ୍ଵନ୍ଧରେ ସମ୍ପର୍କରେ ତାଲିମ୍ ପ୍ରଦାନ କରିଥିଲେ।ଜନତା ହାଇସ୍କୁଲ ଭୁକ୍ତାର ବିଜ୍ଞାନ ଶିକ୍ଷକ ସଞ୍ଜୟ ଖମାରୀ ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ନିମନ୍ତେ ବିଦ୍ୟାଳୟ ସୁରକ୍ଷା ଓ ନିରାପତ୍ତା ବ୍ୟବସ୍ଥା ଏବଂ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ସମ୍ପର୍କରେ ପ୍ରଶିକ୍ଷାର୍ଥୀମାନଙ୍କ ସହିତ ଆଲୋଚନା କରିଥିଲେ।ପଣ୍ଡକିପାଲି ହାଇସ୍କୁଲର ଶିକ୍ଷକ ପୁସ୍ତମ୍ ବିଶି ଏକ ସ୍ବପ୍ନର ବିଦ୍ୟାଳୟ ଗଢ଼ିବା ପାଇଁ ଆବଶ୍ୟକ ପଦକ୍ଷେପ ସମ୍ପର୍କରେ ବର୍ଣ୍ଣନା କରିଥିଲେ।ଜିଲ୍ଳା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ବରଗଡ଼ର ବରିଷ୍ଠ ପ୍ରଶିକ୍ଷକ ବେଣୁଧର ବରିହା ବିଦ୍ୟାଳୟ ବିକାଶ ଯୋଜନା ସମ୍ବନ୍ଧରେ ଆଲୋଚନା କରିଥିଲେ।ପେଡାଗୋଜି କୋର୍ଡିନେଟର୍ ପୁଷ୍ପାଞ୍ଜଳି ଦାଶ ତାଲିମ୍ ପ୍ରଦାନ କରାଯାଇଥିବା ବିଷୟ ବସ୍ତୁ ଉପରେ ଆଧାରିତ କିଛି ତଥ୍ଯ ପ୍ରଶିକ୍ଷାର୍ଥୀମାନଙ୍କୁ ପଚାରିଥିଲେ।।ପ୍ରକାଶ ଥାଉ କି ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ଦକ୍ଷତା ବୃଦ୍ଧି ଓ ନେତୃତ୍ୱ ବିକାଶ ନିମନ୍ତେ ଆୟୋଜିତ ଏହି ତାଲିମ୍ ଶିବିରରେ ଏହି ବିଜେପୁର ବ୍ଲକ ଓ ସୋହେଲା ବ୍ଲକର ସମସ୍ତ ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ଅଂଶ ଗ୍ରହଣ କରିଥିଲେ।


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://jagratbharatnews.in/wp-content/uploads/2025/11/Picsart_25-11-05_07-59-52-526-3.jpg)

