ଭୁବନେଶ୍ଵର – ଓଡ଼ିଆଙ୍କର ସବୁଠୁ ବଡ଼ ଖୁସି ଆଉ ଆନନ୍ଦର ପର୍ବ ଦଶହରା l ମାଆଙ୍କ ଆଗମନରେ ସମସ୍ତଙ୍କ ମନ ନାଚିଉଠେ l ଠିକ ଯେମିତି ନିର୍ଦ୍ଦେଶକ ବାବୁ ବାବୁ ଙ୍କ ମନ l କିଏ ମେଢ଼ ବୁଲି ମାଆଙ୍କ ଦର୍ଶନ କରି ଆନନ୍ଦିତ ହୁଅନ୍ତି ତ କିଏ ଓଡ଼ିଆ ଚଳଚ୍ଚିତ୍ର ଦେଖି ଆଉ କେହି କେହି ମ୍ୟୁଜିକ ଭିଡିଓ ଦେଖି ଖୁସି ହୁଅନ୍ତି l ତେବେ ବାବୁ ବାବୁ ନିର୍ଦ୍ଦେଶିତ ଶାରଦୀୟ ପାର୍ବଣରେ ପାଞ୍ଚଟି ଗୀତ ଏକାସାଙ୍ଗରେ ମୁକ୍ତିଲାଭ କରିଛି l
ସିନେ ପ୍ରଯୋଜକ ସଚ୍ଚିକାନ୍ତ ଜେନା, ମିଡ଼ିଆ ପ୍ଲାନର କ୍ରି୍ଏଟିଭ ହେଡ଼ ପ୍ରଣୟ ଜେଠୀ, ୫ ଟି ମ୍ୟୁଜିକ ଭିଡିଓର ସମସ୍ତ ପ୍ରଯୋଜକ, ସମସ୍ତ କଳାକାର ଏବଂ ବାବୁ ବାବୁ ନିଜେ ଏହି ମୁକ୍ତିଲାଭ ଉତ୍ସବରେ ଉପସ୍ଥିତ ଥିଲେ lବହୁ ମାତ୍ରାରେ ଲୋକପ୍ରିୟତା ପାଇଥିବା ଏକାଧିକ ଅଭିନେତ୍ରୀଙ୍କୁ ନେଇ ମାଆ ଦୁର୍ଗାଙ୍କ ଉପରେ ତିନିଟି ଗୀତ ପ୍ରସ୍ତୁତ କରିଛନ୍ତି lମାଆଙ୍କୁ ନେଇ ନିର୍ମାଣ କରିଥିବା ଭକ୍ତି ଗୀତ”ତୁ ପାର୍ବଣର ରାଣୀ ମୁଁ ତୋ ପୁଜାରିଣୀ” ଗୀତଟି ମଲ୍ଟି ଷ୍ଟାର୍ସ ଙ୍କୁ ନେଇ ପ୍ରସ୍ତୁତ ହୋଇଛି l ଜୀନା ସାମଲ ପାଣିଗ୍ରାହୀ, ଶ୍ରଦ୍ଧା ପାଣିଗ୍ରାହୀ, ପ୍ରିୟଙ୍କା ପାଣିଗ୍ରାହୀ ଏବଂ ଶୀତଲ ପଟ୍ଟନାୟକ ଭଳି ବହୁ ଅଭିଜ୍ଞ ନାୟିକାମାନେ ଏହି ଭକ୍ତି ଗୀତରେ ନୃତ୍ୟାଭିନୟ କରିଛନ୍ତି l ଗୀତ ରଚନା କରିଛନ୍ତି ଜିତେନ୍ଦ୍ର, ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅମରେଶ ମିଶ୍ର ଏବଂ କଣ୍ଠଦାନ କରିଛନ୍ତି ଅସୀମା ପଣ୍ଡା l ସାଇନା ଏଣ୍ଟରଟେନମେଣ୍ଟ ଦ୍ୱାରା ପ୍ରସ୍ତୁତ ହୋଇଥିବା ଭକ୍ତି ଗୀତକୁ ସୁଜିତ କୁମାର ଏବଂ ଆକାଶ ମିଶ୍ର ପ୍ରଯୋଜନା କରିଛନ୍ତି lସେହିପରି”ମାଆ ଲୋ ତୋତେ ଅଭିନନ୍ଦନ” ଭକ୍ତି ଗୀତଟିକୁ ପ୍ରଯୋଜନାକରିଛନ୍ତି ରାଘବ ସ୍ୱାଇଁ l ଅଭିନୟ କରିଛନ୍ତି ଅଭିନେତ୍ରୀ କୁକିଜ୍ ସ୍ୱାଇଁ ଏବଂ ଦିଶା l ଗୀତ ରଚନା କରିଛନ୍ତି ସୌମ୍ୟ ରଞ୍ଜନ ବଳ, ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଦିବ୍ୟ ଚନ୍ଦନ, କଣ୍ଠଦାନ କରିଛନ୍ତି ଅସୀମା ପଣ୍ଡା l ଯାହା ଓଡିଶା ମ୍ୟୁଜିକ ଦ୍ୱାରା ପ୍ରସ୍ତୁତ ହୋଇଛି l“ମା ଲୋ ଦୁର୍ଗା ମା ଲୋ” ଗୀତ ଟିକୁ ପ୍ରଯୋଜନା କରିଛନ୍ତି ମିଷ୍ଟର ନନ୍ଦିକେଶ l ଗୀତ ରଚନା କରିଛନ୍ତି ସୌମ୍ୟ ରଞ୍ଜନ ବଳ, ସଙ୍ଗୀତ ନିର୍ଦ୍ଦେଶନା ଦିବ୍ୟ ଚନ୍ଦନ l ଅଭିନେତ୍ରୀ ରୁପାଲୀ ଏବଂ ଶିଶୁ କଳାକାର ଲିଚି ଙ୍କର ସୁନ୍ଦର ଅଭିନୟ ଏହି ଭକ୍ତି ଗୀତରେ ଦର୍ଶକ ଦେଖିବେ lଭକ୍ତି ଗୀତ ବ୍ୟତୀତ ଦୁଇଟି ଆଧୁନିକ ଗୀତ ମୁକ୍ତିଲାଭ କରିଛି l ଗୋଟିଏ କନ କନ ଏବଂ ଅନ୍ୟଟି ଶହେ ଜନମରୁ ତୋତେ ଭଲ ପାଉଛି l କନ କନ ଗୀତ ଟିକୁ ପ୍ରତ୍ୟୁଷ ପ୍ରଭଞ୍ଜନ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିବା ବେଳେ କଣ୍ଠଦାନ କରିଛନ୍ତି ହ୍ୟୁମାନ ସାଗର ଓ ଶୁଭଲକ୍ଷ୍ମୀ ଗୀତ ଟିକୁ ଲେଖିଛନ୍ତି ଅଶୋକ ଦାସ ସେହିପରି ଗୀତରେ ଅଭିନୟ କରିଛନ୍ତି ମହାପ୍ରସାଦ ଏବଂ ପ୍ରାତିଚି l ଆର ପି ଗୁଞ୍ଜନ ଦ୍ୱାରା ପ୍ରସ୍ତୁତ କୁମାର ରୁଦ୍ରାଂଶ ପ୍ରଡ଼କସନ ଦ୍ୱାରା ପ୍ରଯୋଜିତ ହୋଇଛି l ୟୁଏସ ଓଡ଼ିଆ ପ୍ରସ୍ତୁତ ଆଧୁନିକ ଗୀତ ଶହେ ଜନମରୁ ତୋତେ ଭଲ ପାଉଛି ଗୀତରେ ଅଭିଷେକ ଏବଂ ଦିଶା ଅଭିନୟ କରିଛନ୍ତି l ଗୀତ ରଚନା କରିଛନ୍ତି ନିରଞ୍ଜନ ପଣ୍ଡା, ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ରୁଦ୍ର ପ୍ରସାଦ ନାୟକ, କଣ୍ଠଦାନ କରିଛନ୍ତି ହ୍ୟୁମାନ ସାଗର ଏବଂ ଅସୀମା ପଣ୍ଡା l ତେବେ ବାବୁ ବାବୁ ପୂର୍ବରୁ ଏକା ସାଙ୍ଗରେ ୧୦ଟି ଗୀତ ରିଲିଜ୍ କରି ରେକର୍ଡ କରିଛନ୍ତି l ଓଡିଶାର କଳା, ସଂସ୍କୃତି, ପରମ୍ପରାକୁ ସ୍ଥାନ ଦେଇ ବାବୁ ବାବୁ ତାଙ୍କର ପ୍ରତ୍ୟେକ ଗୀତ ନିର୍ମାଣ କରିଥାନ୍ତି l ପାଞ୍ଚଟି ଗୀତର ଚିତ୍ରତ୍ତୋଳନ କରିଛନ୍ତି ବିଜୁ lପାଞ୍ଚଟିଯାକ ଗୀତକୁ ଦର୍ଶକ ଏହି ଦୁର୍ଗା ପୂଜାରେ ୟୁଟୁବ ଚ୍ୟାନେଲ ରେ ଦେଖି ଭରପୁର ମନୋରଞ୍ଜନ ପାଇବେ ବୋଲି ନିର୍ଦ୍ଦେଶକ ବାବୁ ବାବୁ ପ୍ରକାଶ କରିଛନ୍ତି l

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://jagratbharatnews.in/wp-content/uploads/2025/11/Picsart_25-11-05_07-59-52-526-3.jpg)

