ପ୍ରଥମ ବାର୍ଷିକ ଶ୍ରାଦ୍ଧୋତ୍ସବ ଉପଲକ୍ଷେ ସ୍କତିଚାରଣ ,କବିତା ପାଠୋତ୍ସବ ଓ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

ଯାଜପୁର__ ବିଂଝାରପୁର ବ୍ଲକ୍ ଅନ୍ତର୍ଗତ ସିଂହପୁର ଗ୍ରାମର ଭାରତୀୟ ଡାକ ବିଭାଗର କର୍ମଚାରୀ , ବିଶିଷ୍ଟ ଧର୍ମାନୁରୁଗି ଓ ସମାଜସେବୀ ସ୍ବର୍ଗତ ଧ୍ରୁବଚରଣ ସାହୁ ଓ ରମ୍ବାରାଣୀ ସାହୁଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ଉପଲକ୍ଷେ ଏକ ସ୍କୁତିସଭା,କବିତା ପାଠୋତ୍ସବ ଓ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି।ଖରସ୍ତ୍ରେତା ମହାବିଦ୍ୟାଳୟ ର ଅବସର ପ୍ରାପ୍ତ ଅଧ୍ୟକ୍ଷ ପଦ୍ମଚରଣ ଧଳଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ପଣ୍ଡିତ ମହେଶ୍ୱର ନନ୍ଦ ।

ମୁଖ୍ୟ ବକ୍ତା ଭାବେ ପ୍ରାଧ୍ୟାପକ ଓ କବି ଦାମୋଦର ବେହେରା ଯୋଗଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ ଯାଜପୁର ଜିଲ୍ଲା ପରିଷଦର ପୃର୍ବତନ ଅଧ୍ୟକ୍ଷ ଇଞ୍ଜିନିୟର ସୁଶାନ୍ତ କୁମାର ମିଶ୍ର, ଖରସ୍ତ୍ରେତା ପୁସ୍ତକ ମେଳା କମିଟିର ସଭାପତି ପଦ୍ମାକର ଗୁରୁ, ଆଳି ନାଗରିକ ମଞର ସଭାପତି ଧନେଶ୍ୱର ରାଉତ, ସାମ୍ବାଦିକ ଅନିରୁଦ୍ଧ ବେଉରିଆ, ବରିଷ୍ଠ ଶିକ୍ଷାବିତ ରାହାସ ବିହାରି ମହାନ୍ତି,ଓଡ଼ିଶା ଯାଦବ ମହାସଭାର ଉପ ସଭାପତି ମନୋଜ ପରିଡା, ବିଂଝାରପୁର ବ୍ଲକର ପୃର୍ବତନ ଅଧ୍ୟକ୍ଷ ନନ୍ଦ କିଶୋର ସାମଲ ପ୍ରମୁଖ ଯୋଗଦେଇ ଥିଲେ ।

ବକ୍ତବ୍ୟରେ କହିଲେ ଯେ ସ୍ବର୍ଗତ ଧ୍ରୁବଚରଣ ଓ ରମ୍ଭାରାଣୀ ଉଭୟ ଧର୍ମନୁରାଗି , ପରୋପକାରୀ ଓ ଦୟାଳୁ ଥିଲେ। କବିତା ପାଠୋତ୍ସବ ରେ ସନ୍ତୋଷ କୁମାର ବେଉରିଆ,ଭାରତ ଭୁଷଣ ମଲିକ,ସୁବାଷ ଚନ୍ଦ୍ର ମହାପାତ୍ର, ରତ୍ନାକର ସାହୁ,ପ୍ରଭାତ କୁମାର ଦାଶ,ବିପିନ୍ କୁମାର ବଳ,ଦିନେଶ କୁମାର ମଲିକ, ପ୍ରଦୀପ କୁମାର ମଲିକ, ଖଗେଶ୍ବର ସାହୁ ପ୍ରମୁଖ ଯୋଗଦେଇ କବିତା ଆବୃତ୍ତି କରିଥିଲେ। ଖରସ୍ତ୍ରେତା ପୁସ୍ତକ ମେଳା କମିଟିର ସଭାପତି ପଦ୍ମାକର ଗୁରୁ ଓ ପ୍ରଧାନ ଶିକ୍ଷକ ସଞ୍ଜୟ କୁମାର ସାମଲ ପ୍ରମୁଖଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା।

ସମସ୍ତ ଅତିଥି ମାନଙ୍କୁ ଶିକ୍ଷାବିତ ବଟକୃଷ୍ଣ ପଣ୍ଡା ଓ ପୁତ୍ର ସରୋଜ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।ସମସ୍ତ କାର୍ଯ୍ୟକ୍ରମକୁ ଚୈତନ୍ୟ ଚରଣ ସାହୁ,ସରୋଜ କୁମାର ସାହୁ,ଅରୁଣ କୁମାର ସାମଲ,କ୍ଷିରୋଦ କୁମାର ସାହୁ ପରିଚାଳନା କରିଥିଲେ।




