ନୁଆପଡ଼ା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି। ଆଜିଠୁ ନାମାଙ୍କନ, ୨୦ ତାରିଖ ନାମାଙ୍କନ ଦାଖଲର ଶେଷ ଦିନ ୨୧ ତାରିଖରେ ନାମାଙ୍କନ ଯାଞ୍ଚ ହେବ । ୨୩ ତାରିଖ ସୁଦ୍ଧା ପ୍ରାର୍ଥୀମାନେ ନିଜ ନାମାଙ୍କନ ପ୍ରତ୍ୟାହାର କରିପାରିବେ । ତା ପରେ ପ୍ରକାଶ ପାଇବ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ।ନଭେମ୍ବର ୧୧ରେ ହେବ ଭୋଟ । ୧୪ ତାରିଖରେ ଆସିବ ଫଳାଫଳ।
ସେପଟେ ପ୍ରମୁଖ ଦଳ ବିଜେପି, ବିଜେଡି ଓ କଂଗ୍ରେସ ଲାଗି ପଡ଼ିଛନ୍ତି ନିର୍ବାଚନ ପ୍ରସ୍ତୁତିରେ। ଦିନେ ଦୁଇ ଦିନ ଭିତରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ପିଏସିର ପୁଣି ଏକ ବୈଠକ ବସିବ । ସେହି ବୈଠକରେ ସ୍ଥିର ହେବ କାହାକୁ କରାଯିବ ପ୍ରାର୍ଥୀ। ବିଜେପି ମଧ୍ୟ ଏଯାଏ ପ୍ରାର୍ଥୀ ଘୋଷଣା କରିପାରିନି ।ନୂଆପଡ଼ା ଉପନିର୍ବାଚନ ପାଇଁ ଆଗୁଆ ପ୍ରାର୍ଥୀ ଘୋଷଣା କରିସାରିଛି କଂଗ୍ରେସ । ଘାସିରାମ ମାଝୀ ଦଳର ପ୍ରାର୍ଥୀ ହୋଇଛନ୍ତି । ତେବେ ଏବେ ବି ବିଜେପି ଓ ବିଜେଡିର ପ୍ରାର୍ଥୀ ଘୋଷଣାକୁ ଅପେକ୍ଷା କରାଯାଇଛି । ଜାଣିରଖିବା ଉଚିତ ଯେ, ଘାସିରାମ ମାଝୀଙ୍କୁ ୨୦୨୪ ନିର୍ବାଚନରେ କଂଗ୍ରେସରୁ ଟିକେଟ ନ ମିଳିବାରୁ ସେ ସ୍ବାଧୀନ ଭାବେ ନିର୍ବାଚନ ଲଢ଼ିଥିଲେ, କିନ୍ତୁ ବିଜେଡି ପ୍ରାର୍ଥୀ ରାଜେନ୍ଦ୍ର ଢୋଲକିଆଙ୍କଠାରୁ ହାରିଯାଇଥିଲେ । ସେ ୫୦ହଜାରରୁ ଅଧିକ ଭୋଟ ପାଇ ଦ୍ବିତୀୟ ସ୍ଥାନରେ ଥିଲେ । ଏବେ କିଛି ଦିନ ପୂର୍ବରୁ ସେ କଂଗ୍ରେସରେ ସାମିଲ ହୋଇଥିଲେ । ଆଉ ଏହାପରେ କଂଗ୍ରେସ ତାଙ୍କୁ ପ୍ରାର୍ଥୀ ଘୋଷଣା କରିଛି ।ବିଜେପି ଦେବେ ଜୟଙ୍କୁ ଟିକେଟ୍!ବିଜେଡିରେ ବଡ଼ ଧରଣ ରାଜନୈତିକ ପଟ୍ଟ ପରିବର୍ତ୍ତନ ସହ ବିଜେଡିକୁ ବାଏ ବାଏ କହି ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆ ବିଜେପି ଶିବିରରେ ସାମିଲ ହୋଇଛନ୍ତି । ଦୀର୍ଘ ଦିନ ହେଲା ସେ ବିଜେଡି ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ହେଇ ଆସୁଥିଲା । ହେଲେ ଶନିବାର ଦିନ ସେ ବିଜେଡିକୁ ବାଏ ବାଏ କହିବା ସହିତ ମୁଖ୍ୟମନ୍ତ୍ରୀ, ଉପ-ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ବିଜେପି ସଭାପତିଙ୍କ ଉପସ୍ଥିତିରେ ପଦ୍ମ ଧରିଛନ୍ତି । ଆଉ ଜୟ ଢୋଲକିଆ ବିଜେପିର ଉପ-ନିର୍ବାଚନ ପ୍ରାର୍ଥୀ ହେବା ଏକପ୍ରକାର ପକ୍କା । ତାଙ୍କୁ ଟିକେଟ୍ ଦେଇ ବିଜେପି ଏଥର ଅନୁକମ୍ପା ଭୋଟକୁ ନିଜ ସପକ୍ଷରେ ନେବାକୁ ଅଙ୍କ କଷୁଛି ।ବିଜେଡି ପ୍ରାର୍ଥୀ କିଏ?ଏ ସବୁ ଭିତରେ ଏବେ ସବୁଠୁ ବଡ଼ ପ୍ରଶ୍ନ ହେଉଛି ନୂଆପଡ଼ାରେ ବିଜେଡିର ପ୍ରାର୍ଥୀ କିଏ ହେବ? ରେସରେ ଏବେ ବି ଅନେକ ନେତା ଅଛନ୍ତି, ହେଲେ ବିଜେଡି ସୁପ୍ରିମୋ କାହାକୁ ଭରସା କରୁଛନ୍ତି ତାହା ଉପରେ ସମସ୍ତଙ୍କର ନଜର । ଏହା ପୂର୍ବରୁ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆ ବିଜେଡି ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ହେଇ ଆସୁଥିଲା । ହେଲେ ଶେଷ ମୁହୂର୍ତ୍ତରେ କିନ୍ତୁ ସେ ବିଜେପିରେ ସାମିଲ ହୋଇଛନ୍ତି । ତେଣୁ ଜୟଙ୍କ ପରେ ଏବେ ବିଜେଡି ସେଠାରେ କାହାକୁ ଟିକେଟ୍ ଦେଉଛି ତାହା ଉପରେ ସମସ୍ତଙ୍କର ନଜର ।

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://jagratbharatnews.in/wp-content/uploads/2025/11/Picsart_25-11-05_07-59-52-526-3.jpg)

