ଚିଲିକାରେ ପହଞ୍ଚିଲେ ବିଦେଶାଗତ ପକ୍ଷୀ । ଚଳିତ ବର୍ଷ ଚିଲିକାରେ ଲକ୍ଷାଧିକ ବିଦେଶୀ ପକ୍ଷୀମାନଙ୍କ ସମାଗମ ହେବ ବୋଲି ଲକ୍ଷ ରଖିଛି ବନ ବିଭାଗ । ଏହାକୁ ଆଖି ଆଗରେ ରଖି ସୁରକ୍ଷାକୁ କଡାକଡି କରିଛି ବନ ବିଭାଗ । ଚିଲିକା ବନଖଣ୍ଡ ବନାଞ୍ଚଳ ବାଲୁଗାଁ କାର୍ଯ୍ୟାଳୟ ତରଫରୁ ବିଭିନ୍ନ ରେଞ୍ଜରେ ପକ୍ଷୀ ସୁରକ୍ଷା ପାଇଁ ୨୧ ଟି ଟିମ୍ ଗଠିତ କରାଯାଇଛି ।
ଟାଙ୍ଗୀ-୧୧, ରମ୍ଭା-୨, ବାଲୁଗାଁ-୪, ନୂଆପଡା-୨, ସାତପଡା-୨ ସହିତ ଲ୍ୟାଣ୍ଡ ମୋବାଇଲ ଟିମ୍ ସୁରକ୍ଷା ଦିଗରେ ସମଗ୍ର ଚିଲିକାରେ ଘୁରି ବୁଲିବେ। ସେଥିପାଇଁ ଚିଲିକାରେ ପ୍ରସ୍ତୁତ ହୋଇ ରହିଛି ବନ ବିଭାଗ।ପକ୍ଷୀ ସୁରକ୍ଷା ଦିଗରେ ତିଖ୍ନ ନଜର ରଖିଛି ବନ ବିଭାଗ ।ବିଦେଶରୁ ଚିଲିକା ମୁହାଁ ଏବେ ବିଦେଶାଗତ ପକ୍ଷୀ । ଶୀତ ଋତୁର ଆଗମନରେ ବର୍ତ୍ତମାନ ଚିଲିକା ଉପରେ ପକ୍ଷୀମାନେ ଘୁରି ବୁଲୁଥିବା ଦେଖିବାକୁ ମିଲିଛି । ଅକ୍ଟୋବର ମାସାରେ ହିଁ ରଙ୍ଗ ବେରଙ୍ଗର ବିଦେଶାଗତ ପକ୍ଷୀମାନଙ୍କୁ ଦେଖିବାକୁ ମିଳିଥାନ୍ତି । କିପରି ଚଳିତ ବର୍ଷ ଚିଲିକାରେ ବିଦେଶାଗତ ପକ୍ଷୀମାନଙ୍କୁ ସୁରକ୍ଷା ଦିଆଯିବ ସେ ନେଇ ବନ ବିଭାଗର ତତ୍ପରତା ଦେଖାଦେଇଛି ।

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://jagratbharatnews.in/wp-content/uploads/2025/11/Picsart_25-11-05_07-59-52-526-3.jpg)

