ସମାଜ ଡିଜିଟାଲ ଡେସ୍କ: ଭୁବନେଶ୍ୱର ଏମ୍ସ କର୍ମଚାରୀ ସୁଧାଂଶୁ ଖୁଣ୍ଟିଆଙ୍କୁ ଗୁଳି କରି ହତ୍ୟା କରାଯିବା ଘଟଣାରେ ମଙ୍ଗଳବାର ୪ ଅଭିଯୁକ୍ତ ଗିରଫ ହୋଇଛନ୍ତି। ସୁଧାଂଶୁଙ୍କ ଦାଦା ଓ ତାଙ୍କ ପୁଅ ସମତେ ମୋଟ ୪ ଜଣଙ୍କୁ ଗିରଫ କରିଛି କମିଶନରେଟ ପୁଲିସ।
ସୂଚନାଯୋଗ୍ୟ, ଡ୍ୟୁଟିକୁ ଆସୁଥିବା ବେଳେ ସୁଧାଂଶୁଙ୍କୁ ଗୋଡାଇ ଗୋଡାଇ ଗୁଳି କରି ହତ୍ୟା କରାଯାଇଥିଲା।
ସେ ଭୁବନେଶ୍ଵର ଏମ୍ସରେ ଲ୍ୟାବ୍ ଆସିଷ୍ଟାଣ୍ଟ ଭାବେ କାର୍ଯ୍ୟ କରୁଥିଲେ। ଦୁର୍ବୃତ୍ତମାନେ ସୁଧାଂଶୁଙ୍କୁ ୩ ରାଉଣ୍ଡ ଗୁଳି କରିଥିଲେ। ସୁଧାଂଶୁଙ୍କ ଘର ସରକନ୍ତରା ଗାଁରେ। ଜମିବାଡି କାରବାରକୁ ନେଇ ତାଙ୍କୁ ହତ୍ୟା କରାଯାଇଛି।

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://jagratbharatnews.in/wp-content/uploads/2025/11/Picsart_25-11-05_07-59-52-526-3.jpg)

