ନୂଆଗଡ ହାଇସ୍କୁଲରେ ବିଶ୍ଵ ହାତଧୁଆ ଦିବସ ପାଳିତ
ଭଟଲି (ଅଭିମନ୍ୟୁ ପଧାନ) :-ଭଟଲି ବ୍ଳକ୍ ଅନ୍ତର୍ଗତ ନୂଆଗଡ ଲକ୍ଷ୍ମୀ ନାରାୟଣ ଉଚ୍ଚ ବିଦ୍ୟାଳୟ, ନୂଆଗଡ ରେ ବିଶ୍ବ ହାତଧୂଆ ଦିବସ ପାଳିତ ହୋଇଥିଲା।ଶିକ୍ଷକ ଗଜାନନ ବେହେରାଙ୍କ ଅଧ୍ୟକ୍ଷତା ରେ ଓ ଆନନ୍ଦ ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପ୍ରକୃତି ବନ୍ଧୁ ଦୟାନିଧି ପ୍ରଧାନ ମୂଖ୍ୟ ଅତିଥି ଭାବରେ ଯୋଗଦାନ କରି ବିଶ୍ବ ହାତଧୁଆ ଦିବସ ପାଳନ ର ପୃଷ୍ଠଭୂମି ଓ ଏ ଦିଗରେ ସଂକ୍ରମଣ ନିୟନ୍ତ୍ରଣ ର ଜନକ ଡ଼ା. ଇଗନାଜ୍ ଙ୍କ ଜୀବନୀ ତଥା ସ୍ବଚ୍ଛତା ଅବଲମ୍ବନ ଓ ସୁସ୍ଥ ଜୀବନ ଯାପନ ତାଙ୍କ ମାର୍ଗ ଦର୍ଶନ ଉପରେ ଆଲୋକପାତ କରିଥିଲେ। ବିଶ୍ଵ ହାତଧୁଆ ଦିବସର ପ୍ରସଙ୍ଗ ‘ ହାତ ଧୋଇବା ରେ ନାୟକ ହୁଅନ୍ତୁ ‘ ଉପରେ ହୋଇଥିବା ଆଲୋଚନା ଚକ୍ରରେ ଶିକ୍ଷକ ରାଜେଶ ପଟେଲ,ଆନନ୍ଦ ସାହୁ, ଶିକ୍ଷୟିତ୍ରୀ ସୁମିତ୍ରା ପଟେଲ,ଜୁଲି ସରାଫ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ। ଛାତ୍ର ଛାତ୍ରୀ ମାନେ ନିୟମିତ ହାତ ଧୋଇବା ଓ ଏ ଦିଗର ଅନ୍ୟ ମାନଙ୍କୁ ଅନୁପ୍ରାଣୀତ କରିବା ପାଇଁ ପରାମର୍ଶ ଦେଇଥିଲେ। କାର୍ଯ୍ୟକ୍ରମ ଆଯୋଜନାରେ ପାଣ୍ଡବ ପ୍ରଧାନ, ଓକିଲ ଖମାରୀ ଓ ଅଶୋକ ସାହୁ ସହଯୋଗ କରିଥିଲେ।
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://jagratbharatnews.in/wp-content/uploads/2025/11/Picsart_25-11-05_07-59-52-526-3.jpg)


