ରାସ୍ତା ନିର୍ମାଣ କାର୍ଯ୍ୟ ଓ ମରାମତି ଦାବି, ୧୨ଦିନରେ ଅର୍ଥ ନୈତିକ ଅବରୋଧ ଆନ୍ଦୋଳନ
ତାଳଚେର ୧୬/୧୦ ତାଳଚେର ନୁଆ ବଲଣ୍ଡା ଠାରେ ଶାନ୍ତି ପୁର୍ଣ୍ଣ ଭାବେ ଚାଲିଥିବା ଅର୍ଥନୈତିକ ଅବରୋଧ ଆନ୍ଦୋଳନ ୧୨ଦିନ ବିତିଯାଇଥିଲେ ମଧ୍ୟ ପ୍ରଶାସନ କିମ୍ବା ଜାତୀୟ ରାଜପଥ,ଏନଟିପିସି, ଜେ ଆଇ ଟି ପି ଏଲ କମ୍ପାନୀ ପକ୍ଷରୁ କୌଣସି ପ୍ରକାର ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରୁନଥିବା ବେଳେ ଆନ୍ଦୋଳନ କାରି ମାନେ ଆନ୍ଦୋଳନ କୁଜୋରଦାର କରିବାପାଇଁ ଆଜି ଠାରୁ କୋଠର ନିଷ୍ପତି ନେଇ ଚାଲିଥିବା ଆନ୍ଦୋଳନ କୁ ଦୁଇ ଘଣ୍ଟା ବଦଳରେ ୧୦ଘଣ୍ଟାକୁ ବୃଦ୍ଧି କରାଯାଇଛି। ତେଣୁ ଏନଟିପିସି ରାସ୍ତା ରେ କୋଇଲା ପାଉଁଶ ଗାଡି ଚାଲିପାରିବ ନାହିଁ ବୋଲି ଆନ୍ଦୋଳନ କାରୀ ମାନେ ସୁଚନା ଦେଇ ଆନ୍ଦୋଳନ ଜାରି ରଖିଛନ୍ତି। କାରଣ ତାଳଚେର ରେ ଜାତୀୟ ରାଜପଥ ଗୋଡ଼ିବନ୍ଧ ଠାରୁ ବଅଁରପାଳ ପର୍ଯ୍ୟନ୍ତ ନୂତନ ରାସ୍ତା ନିର୍ମାଣ ର କଛପ ଗତି ସହିତ ଖାଲ ଢ଼ିପ ରାସ୍ତାର ଆବଶ୍ୟକୀୟ ମରାମତି, ଓ ଗୋଡ଼ିବନ୍ଧ ଠାରୁ ଏନଟିପିସି ପର୍ଯ୍ୟନ୍ତ ରାସ୍ତାକୁ ସମ୍ପୃକ୍ତ କଂପାନୀ ପକ୍ଷରୁ ତୁରନ୍ତ ନିର୍ମାଣ କରାଯିବା, ଏଵଂ,ତୁରନ୍ତ ଜାତୀୟ ରାଜପଥ କୁ ହସ୍ତାନ୍ତର କରିବା ପାଇଁ ପଦକ୍ଷେପ ଗ୍ହଣ କରାଯିବା ଦାବି ନେଇ ପୂର୍ବତନ ସାଂସଦ ମହେଶ ସାହୁ ଙ୍କ ଆହ୍ବାନ କ୍ରମେ ତାଳଚେର ସଚେତନ ନାଗରିକ ମଞ୍ଚ ପକ୍ଷରୁ ଜାରି ରହିଥିବା ଆନ୍ଦୋଳନ ଆଜି ୧୨ ଦିନରେ ପହଞ୍ଚିଛି । ତାଳଚେର କଣିହାଁ ବ୍ଲକ ଅନ୍ତର୍ଗତ ନୁଆ ବଲଣ୍ଡା ଠାରେ ତାଳଚେର ସଚେତନ ନାଗରିକ ମଞ୍ଚ ପକ୍ଷରୁ ଅର୍ଥନୈତିକ ଅବରୋଧ ଆନ୍ଦୋଳନ କରାଯାଇଛି। ତେବେ ଏହି ଆନ୍ଦୋଳନ ସମ୍ପୂର୍ଣ୍ଣ ଶାନ୍ତି ପୂର୍ଣ୍ଣ ଭାବେ ଚାଲିଥିବାରୁ ପ୍ରଶାସନ ଏହାକୁ ହେୟଜ୍ଞନ ମନେ କରି ସାମାନ୍ୟ ତମ ଭ୍ରୁକ୍ଷେପ ନକରି କମ୍ପାନୀ ପ୍ରିତି ନୀତି ଅବଲୋମ୍ବନ କରି ରାସ୍ତା ବିଭାଗ କିମ୍ଵା କମ୍ପାନୀ କୁ ଡ଼ାକି ସମାଧାନ ବୈଠକ ନଡ଼ାକିବା ସାଧାରଣ ଲୋକଙ୍କୁ ଆଘାତ ଦେଇଛି ତେଣୁ ଏହି ଆନ୍ଦୋଳନକୁ ସକାଳ ୮.୩୦ମିନିଟ ରୁ ସକାଳ ୧୧.୩୦ ମିନିଟ ପର୍ଯ୍ୟନ୍ତ ଦୀର୍ଘ ତିନି ଘଣ୍ଟା ପରିବର୍ତ୍ତେ ଦଶ ଘଣ୍ଟା ଅର୍ଥାତ ସନ୍ଧ୍ୟା ୬ଟା ପର୍ୟ୍ୟନ୍ତ ଚାଲିବ ବୋଲି ଆନ୍ଦୋଳନ କାରୀ ସୂଚନା ଦେଇଛନ୍ତି। ତେଣୁ ଏହି ଆନ୍ଦୋଳନକୁ ଆଜି ଠାରୁ ଜୋରଦାର କରାଯିବ ବୋଲି ହରିହର ପୁର ପଞ୍ଚାୟତ ସଭାପତି ସୌଭାଗ୍ୟ ପ୍ରଧାନ ପ୍ରକାଶ କରିଛନ୍ତି। ଏହି ସମସ୍ୟା ସମସ୍ତ ଜନସାଧାରଣ ଙ୍କ ସ୍ବାର୍ଥ ସହିତ ଜଡିତ ଥିବା ବେଳେ ସ୍ଥାନୀୟ ଜନ ପ୍ରତିନିଧି ଓ ସ୍ଥାନୀୟ ବିଭିନ୍ନ ରାଜନୀତିକ ଦଳ ଗୁଡିକ ନିରବ ଦ୍ରଷ୍ଟା ସାଜିଥିବା ଲକ୍ଷ କରଯାଇଛି ,।ଯାହା ସେମାନଙ୍କ ଭୂମିକା ତଥା ପାରିବା ପଣିଆ କୁ ପଦାରେ ପକାଇଛି ବୋଲି ଚର୍ଚ୍ଚା ହେଉଛି। ତେବେ ଏଥିପ୍ରତି ପ୍ରଶାସନ ପକ୍ଷରୁ କିମ୍ଵା କଂପାନୀ ପକ୍ଷରୁ କିଛି ପଦକ୍ଷେପ ଗ୍ରହଣ ନ କଲେ ଆଗକୁ ଅନ୍ଦଲୋନ କୁ ଆହୁରି ତୀବ୍ରତର କରାଯିବ ବୋଲି ପୂର୍ବତନ ସାଂସଦ ମହେଶ ସାହୁ ମଧ୍ୟ କଡା ଚେତାବନୀ ଦେଇଛନ୍ତି।

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://jagratbharatnews.in/wp-content/uploads/2025/11/Picsart_25-11-05_07-59-52-526-3.jpg)

