*ଉଦଯାପିତ ହେଲା ବରଗଡ଼ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ ଶିବିର “ସମ୍ଭବ”ର ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ **

ବରଗଡ଼: ୧୭/୧୦ (ପବିତ୍ର ମେହେର):::ବରଗଡ଼ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ ଶିବିର “ସମ୍ଭବ”ର ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ସ୍ଥାନୀୟ ପି ଏମ୍ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ବରଗଡ଼ରେ ଉଦଯାପିତ ହୋଇଯାଇଛି।ପ୍ରଧାନ ଶିକ୍ଷକଙ୍କ ଦକ୍ଷତା ଓ ନେତୃତ୍ବ ବିକାଶ ନିମନ୍ତେ ଆୟୋଜିତ ଏହି ଶିବିରର ଅନ୍ତିମ ଦିବସରେ ବରଗଡ଼ ବିଇଓ ସୁରେନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ସରୋଜ ଭୁଏ ଯୋଗ ଦେଇଥିବା ବେଳେ ଝାରବନ୍ଧ ବିଇଓ ଶୁଭମ ପତି,ଜିଲ୍ଳା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ବରଗଡ଼ର ବରିଷ୍ଠ ଶିକ୍ଷକ ପ୍ରଶିକ୍ଷକ ବେଣୁଧର ବରିହା, ଅତାବିରା ବିଇଓ ମିଶ୍ରାଣୀ କୁମ୍ଭାର, ପେଡାଗୋଜି କୋର୍ଡିନେଟର ପୁଷ୍ପାଞ୍ଜଳି ଦାଶ ଅତିଥି ଭାବରେ ଯୋଗ ଦେଇଥିଲେ।

ଏହି ଅବସରରେ ଅନୁଷ୍ଠିତ ବୈଠକରେ ବିଜ୍ଞାନ ଶିକ୍ଷକ ସଞ୍ଜୟ ଖମାରୀ ଏବଂ ଶିକ୍ଷକ ପୁସ୍ତମ ବିଶି ସଭାକାର୍ଯ୍ୟ ପରିଚାଳନା କରିଥିଲେ।ପ୍ରଶିକ୍ଷଣ ଶିବିରରେ ଭଟଲି ବ୍ଲକ୍, ବରଗଡ଼,ବରପାଲି ଓ ଭେଡେନ ବ୍ଲକର ସମସ୍ତ ହାଇସ୍କୁଲ ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ଅଂଶ ଗ୍ରହଣ କରିଥିଲେ।ପ୍ରଶିକ୍ଷକ ଭାବରେ ଝାରବନ୍ଧ ବ୍ଲକ ଶିକ୍ଷା ଅଧିକାରୀ ଶୁଭମ୍ ପତି,ଜନତା ହାଇସ୍କୁଲ ଭୁକ୍ତାର ବିଜ୍ଞାନ ଶିକ୍ଷକ ସଞ୍ଜୟ ଖମାରୀ,ଶିକ୍ଷକ ପ୍ରଶିକ୍ଷକ ବେଣୁଧର ବରିହା,ପୁରୁଷୋତ୍ତମ ହାଇସ୍କୁଲ ରୁଚିଦାର ପ୍ରଧାନ ଶିକ୍ଷକ ଅଜୟ କୁମାର ମେହେର, ତୋରା ହାଇସ୍କୁଲର ପ୍ରଧାନଶିକ୍ଷକ ସଙ୍ଗୀତା ରାଣୀ ମିଶ୍ର, ଚାରପାଲି ହାଇସ୍କୁଲର ପ୍ରଧାନଶିକ୍ଷକ ଭାର୍ଗବ ନାଏକ,ଟାଉନ୍ ହାଇସ୍କୁଲ ବରଗଡ଼ର ପ୍ରଧାନ ଶିକ୍ଷକ ଆଲୋକ ସାହୁ ,ପଣକିପାଲି ହାଇସ୍କୁଲର ଶିକ୍ଷକ ପୁସ୍ତମ୍ ବିଶି ଯୋଗ ଦେଇ ତାଲିମ୍ ପ୍ରଦାନ କରିଥିଲେ।ଏହି ପ୍ରଶିକ୍ଷଣ ଶିବିରରେ ଜାତୀୟ ଶିକ୍ଷାନୀତି ୨୦୨୦ର ଲକ୍ଷ୍ୟ ଓ ଉଦ୍ଦେଶ୍ୟ,ମାନ ନିର୍ଦ୍ଧାରଣ, ନେତୃତ୍ୱ ବିକାଶ, ସାମାଜିକ, ଆବେଗିକ ଓ ନୈତିକ ବିକାଶ, ଅନ୍ତର୍ନିବେଶୀ ଶିକ୍ଷା ଓ ସମତା,ଶିକ୍ଷାରେ ସୂଚନାଓ ପ୍ରଯୁକ୍ତି ବିଦ୍ୟାର ବ୍ୟବହାର, ସାଇବର ସୁରକ୍ଷା , ବିଦ୍ୟାଳୟ ଓ ଆର୍ଥିକ ପରିଚାଳନା, ସ୍ୱାସ୍ଥ୍ୟ ଓ ସ୍ୱଚ୍ଛତା, ବିପର୍ଯ୍ୟୟ ପରିଚାଳନା, ବିଦ୍ୟାଳୟ ଓ ଗୋଷ୍ଠୀ ସମ୍ପର୍କ, ଉପସ୍ଥାପନ ଅବଧାରଣ ବୃଦ୍ଧି ଓ ପାଠ ତ୍ୟାଗୀର ନିରାକରଣ,ଧନ୍ଦାମୂଳକ ଶିକ୍ଷା, ବିଦ୍ୟାଳୟ ବିକାଶ ଯୋଜନା ଇତ୍ୟାଦି ସମ୍ପର୍କରେ ବିଶଦ ଭାବରେ ଆଲୋଚନା କରାଯାଇଥିଲା। ପ୍ରଧାନ ଶିକ୍ଷକ ଆତ୍ମାରାମ ଭୋଇ,ଯୁଧିଷ୍ଠିର ଦାଶ, ରୁଦ୍ରଦେବ ସାହୁ,ସଞ୍ଜୀବ ପ୍ରଧାନ ଓ ଅଶୋକ ପଣ୍ଡା ପ୍ରଶିକ୍ଷଣର ଅନୁଭୂତି ବର୍ଣ୍ଣନା କରିଥିଲେ।ସମସ୍ତ ସାଧନକର୍ମୀ ଓ ପ୍ରଶିକ୍ଷାର୍ଥୀଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା।ଶେଷରେ ପ୍ରଧାନଶିକ୍ଷକ ଅଜୟ କୁମାର ମେହେର ଧନ୍ୟବାଦ ଅର୍ପଣ କରିଥିଲେ।


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://jagratbharatnews.in/wp-content/uploads/2025/11/Picsart_25-11-05_07-59-52-526-3.jpg)

