ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଲୋକର ପର୍ବ ପବିତ୍ର ଦୀପାବଳି ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଭିଡିଓ ବାର୍ତ୍ତା ଜାରି କରି ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ଦୀପାବଳିର ଶୁଭେଚ୍ଛା ଜଣାଇଛନ୍ତି। ଏହି ଅବସରରେ ସେ କହିଛନ୍ତି ରାଜ୍ୟର ଭାଇ-ଭଉଣୀମାନଙ୍କୁ ଦୀପାବଳିର ଶୁଭେଚ୍ଛା ଜଣାଉଛି। ଦୀପାବଳି ହେଉଛି ଆଲୋକ ଓ ଆନନ୍ଦର ପର୍ବ ବୋଲି କହିଛନ୍ତି।
ଦୀପାବଳି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଜ୍ଞାନର ଆଲୋକ ମଣିଷକୁ ଅଜ୍ଞାନର ଅନ୍ଧକାରରୁ ଉଦ୍ଧାର କରିଥାଏ। ନୂଆ ଆଶା, ନୂଆ ସ୍ବପ୍ନ ଓ ନୂଆ ଲକ୍ଷ୍ୟ ସହିତ ସୁନ୍ଦର ଓ ସମୃଦ୍ଧ ଭବିଷ୍ୟତକୁ ସ୍ବାଗତ କରିବା ପାଇଁ ଦୀପାବଳି ଉତ୍ସବ ଆମକୁ ପ୍ରେରଣା ଦେଇଥାଏ। ଅସତ୍ୟ ଓ ଅନ୍ୟାୟର ଅନ୍ଧାରକୁ ଭେଦି ସତ୍ୟ ଓ ନ୍ୟାୟର ଆଲୁଅ ଜୀବନରେ ପରିପ୍ରକାଶ କରିଥାଏ। ଏହା ଆଶା, ବିଶ୍ବାସ ଓ ଦୃଢ଼ ପ୍ରତିବଦ୍ଧତାର ପର୍ବ। ପ୍ରକୃତି ଓ ପରିବେଶକୁ ସମ୍ମାନ ଜଣାଇ ଚଳିତ ବର୍ଷ ଏକ ପ୍ରଦୂଷଣମୁକ୍ତ ସବୁଜ ଦୀପାବଳି ପାଳନ କରିବା। ଅହଂକାର ଓ ଦାନବୀୟ ପ୍ରକୃତିର ଅମାଅନ୍ଧକାର ଭିତରୁ ଦୟା, କ୍ଷମା, ପ୍ରେମ ଓ ମାନବିକତାକୁ ଆଲୁଅ ଦେଖାଇବା।

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://jagratbharatnews.in/wp-content/uploads/2025/11/Picsart_25-11-05_07-59-52-526-3.jpg)

