ନୁଆଦିଲ୍ଲୀ,୨୦।୧୦: ବିହାରର ଗୋପାଳଗଞ୍ଜ ଜିଲାରେ ପୋଲିସ ଏକ ବଡ଼ ଧରଣର ସାଇବର ଠକେଇ ରାକେଟର ପର୍ଦ୍ଦାଫାସ୍ କରିଛି। ପୋଲିସ ଜଣେ ପୂର୍ବତନ ଚା’ ବିକାଳିଙ୍କ ଘରେ ଚଢ଼ାଉ କରି ୧ କୋଟି ୫ ଲକ୍ଷରୁ ଅଧିକ ଟଙ୍କା, ବହୁ ପରିମାଣର ସୁନା ଓ ରୂପା ଗହଣା ଜବତ କରିଛି। ଏହି ମାମଲାରେ ପୋଲିସ ଦୁଇ ଭାଇଙ୍କୁ ଗିରଫ କରିଛି।ସୂଚନା ମୁତାବକ, ଅକ୍ଟୋବର ୧୭ (ଶୁକ୍ରବାର) ବିଳମ୍ବିତ ରାତିରେ ଅମୈଠି ଖୁର୍ଦ ଗାଁରେ ପୋଲିସ ଚଢ଼ାଉ କରିଥିଲା।ସେଠାରୁ ୧,୦୫,୪୯,୮୫୦ ଟଙ୍କା ନଗଦ, ୩୪୪ ଗ୍ରାମ୍ ସୁନା, ୧.୭୫ କେଜି ରୂପା ସହିତ ସାଇବର ଠକେଇରେ ବ୍ୟବହୃତ ହେଉଥିବା ୮୫ଟି ଏଟିଏମ କାର୍ଡ, ୭୫ଟି ପାସବୁକ, ୨୮ଟି ଚେକ୍ ବୁକ୍, ଲ୍ୟାପଟପ୍, ମୋବାଇଲ ଫୋନ୍ ଓ ଗୋଟିଏ ଦାମୀ କାର୍ ମଧ୍ୟ ଜବତ ହୋଇଛି।ସାଇବର ଡିଏସପି ଅବନ୍ତିକା ଦିଲୀପ କୁମାରଙ୍କ କହିବାନୁଯାୟୀ, ମୁଖ୍ୟ ଅଭିଯୁକ୍ତ ଅଭିଷେକ କୁମାର ପୂର୍ବରୁ ଏକ ଛୋଟ ଚା’ ଦୋକାନ ଚଳାଉଥିଲେ। ପରେ ସେ ସାଇବର ଠକେଇରେ ଯୋଗ ଦେଇ ଦୁବାଇ ଚାଲିଯାଇଥିଲେ ଏବଂ ସେଠାରୁ ଠକେଇ କାର୍ଯ୍ୟର ମାଷ୍ଟରମାଇଣ୍ଡ ସାଜିଥିଲେ। ତାଙ୍କ ଭାଇ ଆଦିତ୍ୟ କୁମାର ଭାରତରେ ଟଙ୍କା ନେଣଦେଣ ଓ ଅନ୍ୟାନ୍ୟ କାର୍ଯ୍ୟ ସମ୍ଭାଳୁଥିଲେ।ପୋଲିସର ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି ଯେ ଏହି ଗ୍ୟାଙ୍ଗ ଠକେଇ ଟଙ୍କାକୁ ଅନେକ ବ୍ୟାଙ୍କ ଆକାଉଣ୍ଟକୁ ପଠାଇବା ପରେ ତାହାକୁ ନଗଦ ଟଙ୍କାରେ ପରିଣତ କରୁଥିଲେ। ଅଧିକାଂଶ ପାସବୁକ୍ ବେଙ୍ଗାଲୁରୁରୁ ଜାରି ହୋଇଥିବାରୁ ଏହି ରାକେଟ୍ ଅନ୍ୟ ରାଜ୍ୟରେ ମଧ୍ୟ ବ୍ୟାପିଥିବା ସନ୍ଦେହ କରାଯାଉଛି। ଘଟଣାରେ ଆୟକର ବିଭାଗ ଓ ଏଟିଏସ୍ ଟିମ୍ ମଧ୍ୟ ଯାଞ୍ଚରେ ସାମିଲ ହୋଇଛନ୍ତି। ଗିରଫ ଦୁଇ ଭାଇଙ୍କୁ ଦୁଇ ଦିନ ହେବ ପଚରାଉଚରା କରାଯାଉଛି।
Sabseal achcha – sabse sachha

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://jagratbharatnews.in/wp-content/uploads/2025/11/Picsart_25-11-05_07-59-52-526-3.jpg)

