ଦୁର୍ନୀତି ନିବାରଣ ସଚେତନତା ସପ୍ତାହ-୨୦୨୫ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

ଅନୁଗୋଳ,ତା. ୨୨.୧୦:- ଦୁର୍ନୀତି ନିବାରଣ ସଚେତନତା ସପ୍ତାହ-୨୦୨୫ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରତାପ ପ୍ରୀତିମୟଙ୍କ ଅଧ୍ୟକ୍ଷତାରେ ଆଜି ପୂର୍ବାହ୍ନରେ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି । ପ୍ରତି ବର୍ଷ ପରି ଚଳିତ ବର୍ଷ ଅକ୍ଟୋବର ୨୭ ତାରିଖରୁ ନଭେମ୍ବର ୨ ତାରିଖ ପର୍ଯ୍ୟନ୍ତ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ କରାଯିବ। ସପ୍ତାହର ପ୍ରଥମ ଦିନ ଅକ୍ଟୋବର ୨୭ ତାରିଖ ପୂର୍ବାହ୍ନ ୧୧ ଘଟିକା ସମୟରେ ସମସ୍ତ ସରକାରୀ କର୍ମଚାରୀ ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟ, ଆଶା କର୍ମୀ, ଅଙ୍ଗନଓ୍ବାଡି କର୍ମୀ, ସ୍ବାସ୍ଥ୍ୟ କର୍ମୀ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଛାତ୍ର ଛାତ୍ରୀ,ଶିକ୍ଷକ ଶିକ୍ଷୟତ୍ରୀମାନେ ଶପଥ ପାଠ କରିବେ । ସେହିପରି ଏହି ସପ୍ତାହ ପାଳନ ଅବସରରେ ବହୁ ସଂଖ୍ୟାରେ ଜନସଚେତନତା କରିବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ରାଲି, ଓ୍ବାକାଥନ ପଥପ୍ରାନ୍ତ ନାଟକ, ଗ୍ରାମ ସଭା ଇତ୍ୟାଦି କାର୍ଯ୍ୟକ୍ରମ ଆୟୋଜନ କରିବା ନିମନ୍ତେ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା । ଛାତ୍ର ଛାତ୍ରୀମାନଂକ ମଧ୍ୟରେ ଦୁର୍ନୀତି ନିବାରଣ ସଚେତନତା ସୃଷ୍ଟି କରିବା ପାଇଁ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ପ୍ରତିଯୋଗିତା ଆୟୋଜନ କରାଯିବ । ତୃଣମୂଳ ସ୍ତରରେ ବ୍ୟାପକ ଜନ ସଚେତନତା ନିମନ୍ତେ ପ୍ରତି ବ୍ଳକ୍ ଓ ଗ୍ରାମପଞ୍ଚାୟତ ସ୍ତରରେ ସମ୍ପୃକ୍ତ ଗୋଷ୍ଠୀ ଊନ୍ନୟନ ଅଧୂକାରୀଙ୍କ ତତ୍ତ୍ବାବଧାନରେ ସଚେତନତା ରାଲି ଓ ଗ୍ରାମ ସଭା ଅନୁଷ୍ଠିତ କରାଯିବା ନିମନ୍ତେ ବୈଠକରେ ନିଷ୍ପତ୍ତା ଗ୍ରହଣ କରାଗଲା । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ବାର୍ଭା ଥିବା ଭିଡିଓକୁ କେବୁଲ ଅପରେଟର ଓ ସିନେମା ହଲ ଗୁଡିକରେ ପ୍ରସାରଣ କରିବା ପାଇଁ ବୈଠକରେ ନିଷ୍ପତ୍ତି ନିଆଗଲା । ଏହି ବୈଠକରେ ଅନ୍ୟମାନଂକ ମଧ୍ୟରେ ଆଇଏ ଏସ୍ ପ୍ରୋବେସନର କସ୍ତୁରୀ ସା, ଭିଜିଲାନସ ଡି ଏସ୍ ପି ଶ୍ରୀ ପ୍ରଦୀପ କୁମାର ସାମଲ, ଅନୁଗୋଳ ଗୋଷ୍ଠୀ ଊନ୍ନୟନ ଅଧିକାରୀ ଡଃ ବିଶ୍ବ ଭୂଷଣ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ଜୟଜିତ୍ ଧଳ, ଭିଜିଲାନସ୍ ଇନସିପେକ୍ଟର ଶ୍ରୀମତୀ ଊର୍ମିଳା ଲାକ୍ରା, ଅନୁଗୋଳ ତହସିଲଦାର ଶ୍ରୀ ଆଲୋକ କୁମାର ଦେହୁରୀ, ଅବକାରୀ ଅଧିକ୍ଷକ ମଧୁସ୍ମିତା ନାୟକ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ନାରାୟଣ ମହାପାତ୍ର, ଅନୁଗୋଳ ପୌରପାଳିକାର ନିର୍ବାହୀ ଅଧିକାରୀ ଶ୍ରୀ ସତ୍ୟ ପ୍ରକାଶ ତ୍ରିପାଠୀ, ଉପ- ନିର୍ଦ୍ଦେଶକ ଊଦ୍ୟାନ ଶ୍ରୀ ଅମ୍ବର ଲୁଗୁନ୍, ଜିଲ୍ଲା ଯୋଗାଣ ଅଧିକାରୀ ଶ୍ରୀ ଶ୍ରୀନିବାସ ସାହୁ, ଏଲ୍ ଡି ଏମ୍ ଚୌଧୁରୀ ଦୀପକ ମିଶ୍ର, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରିଣୀ ଶ୍ରୀମତୀ ଲୋପାମୁଦ୍ରା ପଟ୍ଟନାୟକ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ନିରୁପମା ପାଣି, ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ଦୁଃଶାସନ ନାଏକଙ୍କ ସମେତ ବିଭିନ୍ନ ଜିଲ୍ଲା ସ୍ତରୀୟ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ ।


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://jagratbharatnews.in/wp-content/uploads/2025/11/Picsart_25-11-05_07-59-52-526-3.jpg)

