ରାଜନୀତି ବିଜ୍ଞାନ ବିଭାଗରେ ଆଲୋଚନା ଚକ୍ର
ଭଟଲି (ଅଭିମନ୍ୟୁ ପଧାନ):- ସ୍ଥାନୀୟ ଦଧିବାମନ ମହାବିଦ୍ୟାଳୟ ରାଜନୀତି ବିଜ୍ଞାନ ବିଭାଗ ତରଫରୁ ଅଧ୍ୟକ୍ଷ ସରୋଜ କୁମାର ଦାଶଙ୍କ ସଭାପତିତ୍ୱରେ “ଗାନ୍ଧୀ ଅନନ୍ତ ଗାନ୍ଧୀ କଥା ଅନନ୍ତ “ଶୀର୍ଷକ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଅଛି। ପ୍ରଥମେ ଗାନ୍ଧୀଜୀଙ୍କ ଫଟୋ ଚିତ୍ରରେ ଅତିଥିମାନେ ଶ୍ରଦ୍ଧାପୁଷ୍ପ ଅର୍ପଣ ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥଲା। ଅଧ୍ୟକ୍ଷ ଶ୍ରୀମାନ ଦାଶ ଗାନ୍ଧୀ ଓ ଗାନ୍ଧୀବାଦର ପ୍ରାସଙ୍ଗିକତା ତଥା ଗାନ୍ଧୀଙ୍କୁ ଜାଣିବା ପ୍ରତିଟି ଭରତୀୟଙ୍କ ପାଇଁ ଅତ୍ୟନ୍ତ ଜରୁରୀ ବୋଲି ମତ ଉପସ୍ଥାପନ କରିଥିଲେ । ଏ ଅବସରରେ ମୋହନ ଦାସରୁ ଗାନ୍ଧୀକୁ ପରିବର୍ତ୍ତନରେ ସହାୟକ ତିନୋଟି ପୁସ୍ତକକୁ ଛାତ୍ରଛାତ୍ରୀଙ୍କୁ ପ୍ରଦର୍ଶନ କରାଇଥିଲେ । ମଞ୍ଚାସୀନ ଇଂରାଜୀ ବିଭାଗୀୟ ମୂଖ୍ୟ ପ୍ରାଧ୍ୟାପକ ବିଶ୍ଵଜିତ ହୋତା ଓ ସଂସ୍କୃତ ବିଭାଗୀୟ ମୁଖ୍ୟ ବରିଷ୍ଠ ଅଧ୍ୟାପକ ରାଜୀବ ସାହୁ ଗାନ୍ଧୀଜୀଙ୍କ ଜୀବନର ବିବିଧ ଦିଗ ଉପରେ ଆଲୋକପାତ କରିଥିଲେ।କାର୍ଯ୍ୟକ୍ରମରେ ସମ୍ବଲପୁର ଆଇ ଆଇ ଏମ ଜେନେରାଲ ମେନେଜମେଣ୍ଟ ବିଭାଗୀୟ ମୂଖ୍ୟ ପ୍ରଫେସର ଡ଼.ସୁଜିତ ପୃଷେଠ୍ ମୁଖ୍ୟ ବକ୍ତାଭାବେ ଏକ ସୁଦୀର୍ଘ ଦୀକ୍ଷାନ୍ତ ଅଭିଭାଷଣ ପ୍ରଦାନ କରିଥିଲେ। ପରିଶେଷରେ ଅଧ୍ୟାପକ ବିରାଟ ପଧାନ ଧନ୍ୟବାଦ ଅର୍ପଣ କରିଥିଲେ। ଏ ଆଲୋଚନା ଚକ୍ରରେ ଶତାଧିକ ଛାତ୍ର ଛାତ୍ରୀ ଓ ଅଧ୍ୟାପିକ ଅଧ୍ୟାପିକା ଉପସ୍ଥିତ ଥିଲେ।

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://jagratbharatnews.in/wp-content/uploads/2025/11/Picsart_25-11-05_07-59-52-526-3.jpg)

