କେନ୍ଦୁଝର: ବାଘ ଛାଲ ଡିଲ୍ ବେଳେ ମାଡ଼ି ବସିଲା ବନ ବିଭାଗ। କଲରାପତରିଆ ବାଘ ଛାଲ ଜବତ। ଶଳା-ଭିଣୋଇ ଗିରଫ। କେନ୍ଦୁଝର ବନ ବିଭାଗ ଓ ପୁଲିସ ମିଳିତ ଭାବେ ଚଢଉ କରି ଏକ କଲରାପତରିଆ ବାଘ ଛାଲ ଜବତ କରିବା ସହ ୨ ଜଣଙ୍କୁ ଗିରଫ କରିଛି। ଠାକୁରମୁଣ୍ଡା ଅଞ୍ଚଳରୁ ବାଘ ଶିକାର କରିବାପରେ କେନ୍ଦୁଝର ନିକଟସ୍ଥ ଜୁଡ଼ିଆ ଘାଟି ନିକଟରେ ବାଘ ଛାଲ ବିକ୍ରି ପାଇଁ ଡିଲ୍ ଚାଲିଥିଲା।
ଏହାର ଖବର ପାଇ କେନ୍ଦୁଝର ବନ ବିଭାଗ ଓ ପୁଲିସ ମିଳିତ ଭାବେ ଚଢଉ କରିଥିଲା। ଚଢଉ ବେଳେ ଏକ କଲରାପତରିଆ ବାଘ ଛାଲ ଜବତ ହୋଇଛି। ଏହା ସହ ବନ ବିଭାଗ ୨ ଜଣଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ୨ ଅଭିଯୁକ୍ତ ରବୀନ୍ଦ୍ର ଟୁଡ଼ୁ ଓ ମନୂଆ ହେମ୍ରମ ସମ୍ପର୍କରେ ଶଳା ଭିଣୋଇ ବୋଲି ଜଣାପଡ଼ିଛି। ବନ ବିଭାଗ ଉଭୟଙ୍କୁ କୋର୍ଟ ଚାଲାଣ କରିଛି।

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://jagratbharatnews.in/wp-content/uploads/2025/11/Picsart_25-11-05_07-59-52-526-3.jpg)

