ବନ ବିଭାଗର ଅପାରଗତା, ବଳଦ ମୁହଁରେ ଫୁଟିଲା ବାଣ। ଅବାଧରେ ଚାଲିଛି ବନ୍ୟଜନ୍ତୁ ଙ୍କ ଶିକାର, ବନ ବିଭାଗର ଅପାରଗତା ଯୋଗୁ, ବଳଦ ମୁହଁରେ ଫୁଟିଲା ବାଣ
ବାରହା ଶିକାର କରିବାକୁ ବିଛାଯାଇଥିଲା ବାଣ l ବାଣଟି ବାରହା ବଦଳରେ ବଳଦ ଖାଇବାରୁ ବଳଦ ମୁହଁ ରେ ଫୁଟିଗଲା ବାଣ l ବଳଦଟି ଗୁରୁତର ଆହତ ହୋଇଥିବା ନେଇ ସୂଚନା। ଯାହାକି ସୂଚନା ରହିଛି କେନ୍ଦୁଝର ଜିଲ୍ଲା କେନ୍ଦୁଝର ବନଖଣ୍ଡ ଅନ୍ତର୍ଗତ ଚମ୍ପୁଆ ରେଞ୍ଜ ବାଲିବନ୍ଧ ସେକ୍ସନ କଙ୍କଡାଯେlଡି ଗାଁରେ ଘଟିଛି ଏହି ଘଟଣା l ଗ୍ରାମ ର ରାଜେଶ ମୁଣ୍ଡା ଆଜି ଜଙ୍ଗଲ ନିକଟରେ ବଳଦ ଚରାଉଥିବା ବେଳେ ଏଠାରେ ରାତିରେ ବାରହା ଶିକାର ପାଇଁ ବିଛା ଯାଇଥିଲା ବାଣ l ବଳଦ ଚରୁଥିବା ବେଳେ ବିଛା ଯାଇଥିବା ବାଣକୁ ଖାଇବା ବେଳେ ବାଣଫୁଟି ବଳଦ ଟି ଗୁରୁତର ଆହତ ହୋଇଛି l ବଳଦର ମୁହଁ ରେ ଗଭୀର କ୍ଷତ ହେଇଥିବା ବେଳେ ବଳଦର ଅବସ୍ଥା ଗୁରୁତର ହୋଇଛି l ଏହି ଅଞ୍ଚଳ ରେ ବାରହା ଶିକାର ହେଉଥିବା ଅଭିଯୋଗ ହୁଏ। ତେବେ ବନ ବିଭାଗ ଏହା ଉପରେ ଅଙ୍କୁଶ ଲଗାଇବାରେ ବିଫଳ ହୋଇଛି ଫଳରେ ଏପରି ଘଟଣା ଦେଖିବାକୁ ମିଳୁଛି।କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://jagratbharatnews.in/wp-content/uploads/2025/11/Picsart_25-11-05_07-59-52-526-3.jpg)

