
*ବରଗଡ଼ ଜିଲ୍ଲାସ୍ତରୀୟ “ସମ୍ଭବ”ପ୍ରଶିକ୍ଷଣ ଶିବିରର ପଞ୍ଚମ ଦିବସରେ ବିଦ୍ୟାଳୟରେ ଉପସ୍ଥାପନ ଅବଧାରଣ ବୃଦ୍ଧି, ପାଠ ତ୍ୟାଗୀ (Drop Out)ର ନିରାକରଣ ଏବଂ ବ୍ଲୁମ ଟାକସୋନୋମି (Blooms Taxonomy) ସମ୍ପର୍କରେ ଆଲୋଚନା*

ବରଗଡ଼::୨୭/୧୦ (ପବିତ୍ର ମେହେର)::ବିଦ୍ୟାଳୟରେ ପ୍ରଧାନ ଶିକ୍ଷକଙ୍କ ଦକ୍ଷତା ବୃଦ୍ଧି ନିମନ୍ତେ ପି ଏମଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ପଦମପୁରରେ ଅନୁଷ୍ଠିତ ବରଗଡ଼ ଜିଲ୍ଲାସ୍ତରୀୟ “ସମ୍ଭବ”ପ୍ରଶିକ୍ଷଣ ଶିବିରର ପଞ୍ଚମ ଦିବସରେ ପ୍ରଶିକ୍ଷକ ଭାବରେ ଯୋଗ ଦେଇ ଝାରବନ୍ଧ ବ୍ଲକ ଶିକ୍ଷା ଅଧିକାରୀ ଶୁଭମ୍ ପତି ଲିଭ୍ ରୁଲ୍ ସମ୍ଵନ୍ଧରେ ଆଲୋଚନା କରିଥିବାବେଳେ ଜନତା ହାଇସ୍କୁଲ ଭୁକ୍ତାର ବିଜ୍ଞାନ ଶିକ୍ଷକ ସଞ୍ଜୟ ଖମାରୀ କ୍ୟାରିଅର ଗାଇଡେନସ,କ୍ୟାରିଅର କାଉନସେଲିଂ,କ୍ୟାରିଅର ପୋର୍ଟାଲର ଆବଶ୍ୟକତା ଏବଂ ଧନ୍ଦା ମୂଳକ ଶିକ୍ଷାର ଗୁରୁତ୍ୱ ସମ୍ପର୍କରେ ଧାରଣା ପ୍ରଦାନ କରିଥିଲେ। ଠିକ୍ ସେହିପରି ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ବରଗଡ଼ର ବରିଷ୍ଠ ଶିକ୍ଷକ ପ୍ରଶିକ୍ଷକ ବେଣୁଧର ବରିହା ନେତୃତ୍ୱ ବିକାଶ, ସାମାଜିକ, ଆବେଗିକ ଓ ନୈତିକ ବିକାଶ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ।ପୁରୁଷୋତ୍ତମ ହାଇସ୍କୁଲ ରୁଚିଦାର ପ୍ରଧାନ ଶିକ୍ଷକ ଅଜୟ କୁମାର ମେହେର ଉପସ୍ଥାପନ ଅବଧାରଣ ବୃଦ୍ଧି ଓ ପାଠ ତ୍ୟାଗୀ (Drop Out)ର ନିରାକରଣ ସମ୍ପର୍କରେ ଆଲୋଚନା କରିଥିଲେ।ପଣକିପାଲି ହାଇସ୍କୁଲର ଶିକ୍ଷକ ପୁସ୍ତମ୍ ବିଶି ଏବଂ ତୋରା ହାଇସ୍କୁଲର ପ୍ରଧାନଶିକ୍ଷକ ସଙ୍ଗୀତା ରାଣୀ ମିଶ୍ର ବ୍ଲୁମସ ଟାକସୋନୋମି(Blooms Taxonomy) ଉପରେ ଆଲୋକପାତ କରିଥିଲେ।ଏହି ଶିବିରରେ ଝାରବନ୍ଧ,ପାଇକମାଳ, ରାଜବୋରାସମ୍ବର ଓ ଗାଇସିଲେଟ୍ ବ୍ଲକର ସମସ୍ତ ପ୍ରଶିକ୍ଷାର୍ଥୀ ଆଲୋଚନାରେ ଅଂଶଗ୍ରହଣ କରି ଦଳଗତ କାର୍ଯ୍ୟକଳାପ ମାଧ୍ୟମରେ ଆଲୋଚ୍ୟ ବିଷୟବସ୍ତୁକୁ ପ୍ରଦର୍ଶନ କରିଥିଲେ।


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://jagratbharatnews.in/wp-content/uploads/2025/11/Picsart_25-11-05_07-59-52-526-3.jpg)

