ପୋଲିସ SI ପରୀକ୍ଷା କେଳେଙ୍କାରୀ ମାମଲା । 114 ଜଣ ପରୀକ୍ଷାର୍ଥୀଙ୍କୁ ମିଳିଲା ଜାମିନ । ଜାମିନ ପ୍ରଦାନ କଲେ ବ୍ରହ୍ମପୁର ଭିଜିଲାନ୍ସ କୋର୍ଟ । 50 ହଜାର ଟଙ୍କା ବେଲ୍ ବଣ୍ଡ ଓ 2ଜଣ ଜାମିନଦାରଙ୍କ ସର୍ତ୍ତରେ ଜାମିନ ଦିଆଯାଇଛି । ଜାମିନ ପାଇବା ପରେ ସେମାନେ ସାକ୍ଷୀଙ୍କୁ ପ୍ରଭାବିତ କରିବେ ନାହିଁ, ଥାନାରେ ଯାଇ ହାଜିରା ଦେବେ ଓ ପୋଲିସ/କ୍ରାଇମବ୍ରାଞ୍ଚକୁ ତଦନ୍ତରେ ସହାୟତା କରିବାକୁ କହିଛନ୍ତି କୋର୍ଟ ।
114 ଜଣ ପରୀକ୍ଷାର୍ଥିଙ୍କ ପାଇ 40ରୁ ଉର୍ଦ୍ଧ୍ବ ଓକିଲ ଜାମିନ ଆବେଦନ କରିଥିଲେ। ତେବେ ମାଷ୍ଟର ମାଇଣ୍ଡ ମୁନା ମହାନ୍ତିଙ୍କ ସମେତ ୯ ଜଣଙ୍କୁ ଜାମିନ ମିଳିନାହିଁ ।ପୋଲିସ ଏସ୍ଆଇ ନିଯୁକ୍ତି ପରୀକ୍ଷା ଜାଲିଆତି ମାମଲାରେ ୧୧୪ ଜଣଙ୍କୁ ମିଳିଲା ଜାମିନ । ଏହି ଘଟଣାରେ ୧୨୦ ଜଣଙ୍କୁ ଗିରଫ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୧୧୪ ଜଣଙ୍କ ଜାମିନ ମଞ୍ଜୁର ହୋଇଛି । ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଏହି ଜାମିନ ପ୍ରଦାନ କରିଛନ୍ତି । ୫୦ ହଜାର ଟଙ୍କା ଓ ଦୁଇ ଜାମିନଦାରଙ୍କ ମୁଚାଲିକାରେ ଜାମିନ ମିଳିଛି । ଏ ନେଇ ହାଇକୋର୍ଟ ଓକିଲ ବିରଞ୍ଚି ନାରାୟଣ ମହାପାତ୍ର ସୂଚନା ପ୍ରଦାନ କରିଛନ୍ତି । ତେବେ ଓଡ଼ିଶାରୁ ବିଜୟୱାଡା ଯିବାବେଳେ ସମସ୍ତଙ୍କୁ ଗିରଫ କରିଥିଲା ବ୍ରହ୍ମପୁର ପୋଲିସ । ମୁଖ୍ୟ ଅଭିଯୁକ୍ତ ମୁନ୍ନା ମହାନ୍ତିଙ୍କ ସମେତ ୯ ଅଭିଯୁକ୍ତଙ୍କ ଜାମିନ ଆବେଦନ ଖାରଜ ହୋଇଥିବା ସୂଚନା ରହିଛି ।ପୋଲିସ SI ଚାକିରି କେଳେଙ୍କାରୀ ମାମଲାରେ ନୟାପଲ୍ଲୀ ବଣିକ ଇନଷ୍ଟିଚ୍ୟୁଟ ଉପରେ କ୍ରାଇମବ୍ରାଞ୍ଚର ରେଡ୍ ହୋଇଥିଲା । ବିଜେଡି ନେତା ସୁବ୍ରତ ଛାଟୋଇଙ୍କ ନୟାପଲ୍ଲୀ ବଣିକ ଇନଷ୍ଟିଚ୍ୟୁଟ ଉପରେ ରେଡ୍ କରିଛି କ୍ରାଇମବ୍ରାଞ୍ଚ । ଗୋଳନ୍ତରା ଥାନା 114ଜଣଙ୍କୁ ଗିରଫ କରିଥିବା ଚାକିରି ଆଶାୟୀଙ୍କ ଲିଷ୍ଟ୍ ଧରି ବଣିକ୍ ରେ ରେଡ୍ ମାରିଛି କ୍ରାଇମବ୍ରାଞ୍ଚ । ବଣିକ୍ HR ର ଲାପଟପ୍ ଯାଞ୍ଚ କରିବା ସହ ଦରକାରୀ କାଗଜ ପତ୍ର ଯାଞ୍ଚ କରୁଛି କ୍ରାଇମବ୍ରାଞ୍ଚ ଟିମ୍ । ଏହାସହ 5 ବର୍ଷର ଚାକିରୀ ଆଶାୟୀଙ୍କ ଲିଷ୍ଟ୍ ମଧ୍ୟ ଖୋଜାଯାଇ ତଦନ୍ତ କରାଯାଇଥିଲା ।

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://jagratbharatnews.in/wp-content/uploads/2025/11/Picsart_25-11-05_07-59-52-526-3.jpg)

