ୱେବ ସିରିଜ୍ ‘ଦ ଫ୍ୟାମିଲି ମ୍ୟାନ୍ ୩’ର ଟିଜର ମୁକ୍ତିଲାଭ କରିଛି। ସିରିଜ ୨୧ ନଭେମ୍ବରରେ ରିଲିଜ ହେବ। ଏଥିରେ ମନୋଜ ବାଜପେୟୀଙ୍କ ସହିତ ଶ୍ରେୟା, ହର୍ଷଲ, ଆଶ୍ଲେଷା ଠାକୁର, ବେଦାନ୍ତ ସିହ୍ନା, ସୁଦୀପ କିଶନ, ଦର୍ଶନ କୁମାର, ସୀମା ବିଶ୍ବାସ, ଦଲିପ ତାହିଲ, ବିପିନ ଶର୍ମା, ଜୁଗଲ ହଂସାରଜ, ଆଦିତ୍ୟ ଶ୍ରୀବାସ୍ତବ ଭଳି କଳାକାର ନଜର ଆସିବେ।
ଏଥର ସିରିଜରେ ଦୁଇ ନୂଆ ସୁପରଷ୍ଟାର ଶୋ ରେ ଖଳନାୟକ ଭୂମିକାରେ ନଜର ଆସିବେ। ଟିଜରରେ ଶ୍ରୀକାନ୍ତ ଓ ତାଙ୍କ ପତ୍ନୀ ସୁଚିତ୍ରା ନଜର ଆସୁଛନ୍ତି। ସିଜନ ୩ର କାହାଣୀରେ ଏଥର ଶ୍ରୀକାନ୍ତଙ୍କ ସାମ୍ନାକୁ ବଡ ଚାଲେଞ୍ଜ ଆସିବ। ଜୟଦୀପ ଅହଲାବତ ‘ରୁକମା’ ଓ ନିମ୍ରତ କୌର ‘ମୀରା’ଙ୍କ ଭୂମିକାରେ ଖଳନାୟକ ରୂପେ ନଜର ଆସିବେ।



