୩୦ ଅକ୍ଟୋବର, ୨୦୨୫ ରାତିରେ, ଜରପଡ଼ା ରେଞ୍ଜର ଜରପଡ଼ା ସେକ୍ସନ ଏବଂ ଛେଣ୍ଡିପଦା ରେଞ୍ଜର ରାଇଝରଣ ସେକ୍ସନର କର୍ମଚାରୀମାନଙ୍କୁ ନେଇ ଗଠିତ ଏକ ମିଳିତ ରାତ୍ରି ପାଟ୍ରୋଲିଂ ଦଳ, ବିଦ୍ୟୁତ ବିଭାଗର କର୍ମଚାରୀମାନଙ୍କ ସହିତ, ଜରପଡ଼ା ରେଞ୍ଜର ଜରପଡ଼ା ସେକ୍ସନ ଅନ୍ତର୍ଗତ ଟୁକୁଡା ଦେଉଳଖମନ ମାହାରା ସାହି ଅଞ୍ଚଳରେ ବେଆଇନ ବିଦ୍ୟୁତ ହୁକିଂର ଏକ ଘଟଣା ଚିହ୍ନଟ କରିଥିଲେ। ଯାଞ୍ଚ ସମୟରେ, ଦଳ ସେହି ସ୍ଥାନରେ ପ୍ରାୟ ୧.୫ କିଲୋଗ୍ରାମ ଜିଆଇ ତାର ପାଇଥିଲା, ଯାହା ସାଧାରଣତଃ ବେଆଇନ ହୁକିଂ କାର୍ଯ୍ୟକଳାପରେ ବ୍ୟବହୃତ ହୁଏ। ଜବତ ସାମଗ୍ରୀଗୁଡ଼ିକୁ ପରବର୍ତ୍ତୀ ତଦନ୍ତ ପାଇଁ ଜରପଡ଼ା ରେଞ୍ଜ କାର୍ଯ୍ୟାଳୟକୁ ନିଆଯାଇଥିଲା। ଏ ନେଇ ବନ ବିଭାଗ ଜନ ସାଧାରଣଙ୍କୁ ଏପରି ବେଆଇନ କାର୍ଯ୍ୟକଳାପରୁ ନିବୃତ୍ତ ରହିବାକୁ ଅନୁରୋଧ କରି କହିଛନ୍ତି। କାରଣ ଏହା ମାନବ ଜୀବନ ଏବଂ ବନ୍ୟପ୍ରାଣୀ ଉଭୟ ପାଇଁ ଗୁରୁତ୍ୱପୂର୍ଣ୍ଣ ବିପଦ ସୃଷ୍ଟି କରେ ବୋଲି ସୁଚନା ଦେଇଛନ୍ତି।ପାଟ୍ରୋଲିଂ ଦଳରେ ଶ୍ରୀ ବସନ୍ତ ଗଡନାୟକ, ଫରେଷ୍ଟର, ଶ୍ରୀ ପ୍ରଦୀପ ବେହେରା, ଫରେଷ୍ଟର, ଶ୍ରୀ ପପୁ ପ୍ରଧାନ, ହାତୀ ସ୍କ୍ୱାଡ୍, ଶ୍ରୀ ସିପୁ ପ୍ରଧାନ, ହାତୀ ସ୍କ୍ୱାଡ୍, ଶ୍ରୀ କାବୁଲି ପ୍ରଧାନ, ଗଜ ମିତ୍ର ଏବଂ ଶ୍ରୀ ସୌମ୍ୟରଞ୍ଜନ ନନ୍ଦ, ବିଦ୍ୟୁତ ବିଭାଗ ଥିଲେ। ଆମେ ଆମର ସବୁଜ ଯୋଦ୍ଧାମାନଙ୍କ କଠିନ ପରିଶ୍ରମ ଏବଂ ଉତ୍ସର୍ଗ ପାଇଁ ଗର୍ବିତ ବୋଲି ବନ ବିଭାଗ କହିଛନ୍ତି।
joint night patrol comprising staff found 1.5 kilograms of GI wire
On the night of October 30, 2025, a joint night patrol comprising staff from the Jarapada Section of the Jarapada Range and the Raijharan Section of the Chhendipada Range, along with personnel from the Electric Department, detected an incident of illegal electric hooking at Tukuda Deulakhaman Mahara Sahi area under the Jarapada Section of the Jarapada Range. During the inspection, the team found approximately 1.5 kilograms of GI wire at the site, which is commonly used in illegal hooking activities. The confiscated materials were subsequently taken to the Jarapada Range Office for further investigation.We appeal to the public to refrain from engaging in such illegal activities, as they pose significant risks to both human lives and wildlife said forest department.The patrol team consisted of Sri Basanta Garnaik, Forester, Sri Pradip Behera, Forester, Sri Papu Pradhan, Elephant Squad, Sri Sipu Pradhan, Elephant Squad, Sri Kabuli Pradhan, Gaja Mitra and Sri Soumya Ranjan Nanda, Electric Department.We are proud of our GREEN WARRIORS for their hard work and dedication also said forest department.



