ସାଇବର ଠକେଇ ସଚେତନତା କାର୍ଯ୍ୟକ୍ରମ

ବିଞ୍ଝାରପୁର ଥାନା ପକ୍ଷରୁ ସିଂହପୁର ସ୍ଥିତ ନବଘନ ମହନ୍ତ ମାୟାଧର ସରକାରୀ ଉ.ପ୍ରା ବିଦ୍ୟାଳୟ ପରିସରରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଜୟନ୍ତୀ ଓ ସାଇବର ଠକେଇ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି ସଭାରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଜ୍ଞାନରଞ୍ଜନ ସାମଲ ଙ୍କ ସଭାପତିତୁରେ ଅନୁଷ୍ଠିତ ସଭାରେ ବିଞ୍ଝାରପୁର ଥାନା ଅଧିକରୀ ରଂଜନ କୁମାର ମଲ୍ଲିକ,ମଣ୍ଡଳ ଶିକ୍ଷା ଅଧିକାରୀ ସତ୍ୟବ୍ରତ ମିଶ୍ର ସମେତ ଛାତ୍ର ଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ଓ ବିଦ୍ୟାଳୟର ପରିଚାଳନା କମିଟିର ସଭାପତି ଓ ସଦସ୍ୟ ସଦସ୍ୟା ଉପସ୍ଥିତ ଥିଲେ। ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ସଙ୍ଗୀତ ନିର୍ଦ୍ଦେଶକ ତଥା କଳା ଶିକ୍ଷକ ଦିନେଶ କୁମାର ମଲ୍ଲିକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।ଏହି କାର୍ଯ୍ୟକ୍ରମରେ ଶିକ୍ଷକ ମନୋରଞ୍ଜନ ବେହୁରିଆ ,ନମିତା ମଲ୍ଲିକ,ପ୍ରଭାତ ସାହୁ,ମଞ୍ଜୁଲତା ଥାଟେଇ,ରଶ୍ମିତା ନାୟକ ,ସୁଚରିତା କରଣ,ନିବେଦିତା ଦାସ, ଓ ବିଦ୍ୟାଳୟ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ।



