ନୂଆପଡା: ବିଜେଡି ନେତା ପ୍ରୀତିରଞ୍ଜନ ଘଡେଇଙ୍କ ଘରେ ଚଢାଉ ହୋଇଛି । ନୂଆପଡା ଖରିଆର୍ ରୋଡରେ ଥିବା ତାଙ୍କ ବାସଭବନରେ ପୁଲିସ ଚଢାଉ କରିଥିବା ସୂଚନା ମିଳିଛି । ନୂଆପଡା ଉପନିର୍ବାଚନ ପାଇଁ ପ୍ରଚାର ଦାୟିତ୍ୱରେ ଅଛନ୍ତି ପ୍ରୀତିରଞ୍ଜନ । ଏହି ସମୟରେ ପୁଲିସ ଏଭଳି ଚଢାଉ କରିବା ନେଇ କର୍ମୀଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ବିଜେପି ଜାଣିଶୁଣି ଏପରି କରୁଥିବା ବିଜେଡି କର୍ମୀ ଅଭିଯୋଗ କରିଛନ୍ତି ।ନୂଆପଡାରେ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ଜିତାଇବା ପାଇଁ ପ୍ରଚାରକୁ ଜୋରଦାର କରାଯାଉଥିବା ବେଳେ ଜଣେ ନେତାଙ୍କ ଘରେ ଏଭଳି ଚଢାଉ କରାଯିବା ପରେ ପ୍ରଶ୍ନ ଉଠାଇଛି ବିଜେଡି । ଉପନିର୍ବାଚନ ସମୟରେ କୌଣସି ଏକ ଖବର ପାଇ ପୁଲିସ ଓ ଜିଲାପାଳ ଚଢାଉ କରିବାକୁ ଯାଇଥିବା ବେଳେ ଘରେ ପ୍ରୀତିରଞ୍ଜନ ନଥିବାରୁ ଫେରିଆସିଥିଲେ ।

November 8, 2025/
No Comments
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://jagratbharatnews.in/wp-content/uploads/2025/11/Picsart_25-11-05_07-59-52-526-3.jpg)

