ଢେଙ୍କାନାଳ ବାଜିଚୌକ ସ୍ଥିତ ସୀତାରାମ ମଠ ପ୍ରାଙ୍ଗଣରେ ୨୪ ତମ କାର୍ତ୍ତିକେଶ୍ୱର ପୂଜା ପାଳିତ
ଢେ଼ଙ୍କାନାଳ ବାଜିଚୌକ ସ୍ଥିତ ସୀତାରାମ ମଠ ପ୍ରାଙ୍ଗଣରେ ୨୪ ତମ କାର୍ତ୍ତିକେଶ୍ୱର ପୂଜା ପାଳିତ ହୋଇଯାଇଛି। ୩୧ ତାରିଖ ଠାରୁ ପୂଜା ଆରମ୍ଭ ହୋଇ ୭ ତାରିଖରେ ପୂର୍ଣ୍ଣାହୁତି ହେବ। ପ୍ରତ୍ୟେକ ଦିନ ନିତିକାନ୍ତି ପୂଜା ସହ ୧୦୮ ଆଳତି ଦାନୀ ରେ ଆଳତି କରାଯାଉଛି। ପ୍ରତ୍ୟେକ ଦିନ ମିଠା ଓ ବିଭିନ୍ନ ପ୍ରକାର ଫଳ ଭୋଗ ଲାଗି କରାଯାଉଛି। ପୂଜକ ଜଗନ୍ନାଥ ତ୍ରିପାଠୀ ପୂଜା ଅର୍ଚ୍ଚନା କରୁଛନ୍ତି। କର୍ତ୍ତା ଗଦାଧର ସାହୁ ସଭାପତି ବୁନୁ ବେହେରା ସମ୍ପାଦକ ବିଜୟ ସାହୁ କୋଷାଧ୍ୟକ୍ଷ ଗୋପାଳ ସାହୁ ଓ କମିଟି ସମସ୍ତ କର୍ମକର୍ତ୍ତାଙ୍କ ଉପସ୍ଥିତିରେ ଏହି ୨୪ ତମ କାର୍ତ୍ତିକେଶ୍ୱର୍ ପୂଜା କରାଯାଉଛି।



