ରୁଚି କମ୍ପାନୀର ପ୍ରତିଷ୍ଠାତା ତଥା ଶିଳ୍ପପତି ଶରତ ଚନ୍ଦ୍ର ସାହୁଙ୍କ ପରଲୋକ ଘଟିଛି । ୭୫ ବର୍ଷ ବୟସରେ ମୁମ୍ବାଇର ଲୀଳାବତୀ ହସପିଟାଲରେ ତାଙ୍କର ଦେହାନ୍ତ ହୋଇଥିବା ପରିବାର ସୂତ୍ରରୁ ପ୍ରକାଶ । ମୃତ୍ୟୁଶଯ୍ୟା ନିକଟରେ ପତ୍ନୀ, ପୁତ୍ର ଓ କନ୍ୟା ଉପସ୍ଥିତ ଥିଲେ । ରୁଚି କମ୍ପାନୀର ପ୍ରତିଷ୍ଠାତା ଥିଲେ ଶରତ ଚନ୍ଦ୍ର ସାହୁ । ଓଡ଼ିଶାର ଶିଳ୍ପ କ୍ଷେତ୍ରରେ ଆଲୋଡ଼ନ ସୃଷ୍ଟି କରିଥିବା ରୁଚି ଶିଳ୍ପୋଦ୍ୟୋଗର ପ୍ରତିଷ୍ଠାତା ଶରତ ଚନ୍ଦ୍ର ସାହୁ ଏକ ସୁପରିଚିତ ନାଁ ।
ଦୀର୍ଘ ବର୍ଷ ଧରି ଓଡ଼ିଶାର ଘରେ ଘରେ ରୁଚି ମସଲାକୁ ପହଞ୍ଚାଇବା ଓ ଗୁଣାତ୍ମକମାନର ମସଲା ଉତ୍ପାଦନ କରି ଶରତ ଚନ୍ଦ୍ର ସାହୁ ଓଡ଼ିଶା ଶିଳ୍ପ କ୍ଷେତ୍ରରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ।୧୯୭୬ ମସିହା ବେଳକୁ ଏକ ସାଧାରଣ ମେସିନରେ ଗୁଣ୍ଡ ମସଲାକୁ ଓଡ଼ିଶା ବଜାରରେ ପ୍ରଥମେ ପ୍ରବେଶ କରାଇଥିଲେ । ଯେତେବେଳେ ଓଡ଼ିଶାର ଗୃହିଣୀମାନେ ବଟା ମସଲା ଉପଯୋଗ କରୁଥିଲେ, ସେତେବେଳେ ପ୍ରଥମଥର ପାଇଁ ଓଡ଼ିଶା ବଜାରରେ ଗୁଣ୍ଡ ମସଲାର ଦବଦବା ଜାହିର କରିବାରେ ସେ ସଫଳ ହୋଇଥିଲେ । ହଳଦୀ, ଲଙ୍କା, ଜିରା, ଧନିଆଗୁଣ୍ଡ ସହିତ ମସଲା ପ୍ରସ୍ତୁତି ଓ ତାହାର ମାର୍କେଟିଂ କ୍ଷେତ୍ରରେ ଓଡ଼ିଶାରେ ରୁଚି ହିଁ ସର୍ବପ୍ରଥମେ ପ୍ରୟାସ ଆରମ୍ଭ କରିଥିଲା । ସେହିଭଳି ସିମେଇ ଉତ୍ପାଦନ କ୍ଷେତ୍ରରେ ମଧ୍ୟ ରୁଚି ଉଦ୍ୟୋଗର ପ୍ରୟାସ ଓଡ଼ିଶା ଶିଳ୍ପ କ୍ଷେତ୍ରରେ ଏକ ସଫଳ ମାଇଲଖୁଣ୍ଟ ।ସୂଚନାଯୋଗ୍ୟ, ୧୯୫୦ ମସିହା ଜୁଲାଇ ୨୩ରେ କଟକର ରାଣୀହାଟଠାରେ ଶରତ ଚନ୍ଦ୍ର ସାହୁ ଜନ୍ମ ଗ୍ରହଣ କରିଥିଲେ । ସେ ସ୍ୱର୍ଗତ ବନମାଳି ସାହୁ ଓ ମଇନା ଦେବୀଙ୍କ ପୁତ୍ର ଥିଲେ । ୧୯୭୬ରେ ମାତ୍ର ୫ ହଜାର ଟଙ୍କାରେ ଶରତ ସାହୁ ରୁଚି କମ୍ପାନୀ ଆରମ୍ଭ କରିଥିଲେ । ବର୍ତ୍ତମାନ କମ୍ପାନୀ ୩୫୦ କୋଟିରୁ ଅଧିକ ଟଙ୍କାରେ ପହଁଚିଛି । ଦେଶ ବିଦେଶରେ ରୁଚି ମସଲାର ଆଦର ରହିଛି । ତାଙ୍କରେ ମୃତ୍ୟୁରେ ଓଡ଼ିଶା ଶିଳ୍ପଉଦ୍ୟୋଗୀଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି । ଆସନ୍ତାକାଲି ତାଙ୍କ ମୃତ ଶରୀର ପହଁଚିବା ପରେ ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କର ଶେଷକୃତ୍ୟ ସମାପନ କରା

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://jagratbharatnews.in/wp-content/uploads/2025/11/Picsart_25-11-05_07-59-52-526-3.jpg)

