ମଣିପୁରରେ ଗାଁରେ ଲୁଚି ରହିଥିବା ୪ ଆତଙ୍କବାଦୀ ସେନା ଗୁଳିରେ ନିହତ ହୋଇଛନ୍ତି । ୪ଜଣ ଆତଙ୍କବାଦୀ ୟୁନାଇଟେଡ୍ କୁକି ନ୍ୟାସନାଲ୍ ଆର୍ମି (ୟୁକେଏନ୍ଏ) ର ସଦସ୍ୟ ଥିବା ସୂଚନା ମିଳିଛି । ୟୁକେଏନ୍ଏ ର ଆତଙ୍କବାଦୀ କିଛିଦିନ ପୂର୍ବରୁ ଜଣେ ଗ୍ରାମମୁଖ୍ୟଙ୍କୁ ହତ୍ୟା ଏବଂ ସ୍ଥାନୀୟ ଲୋକଙ୍କୁ ଭୟଭୀତ କରିବା ଭଳି ଘଟଣା ଘଟାଇଥିଲେ ।
ଆଜି ସକାଳେ ମଣିପୁରରେ ସୁରକ୍ଷା ବାହିନୀ ସହିତ ୟୁକେଏନ୍ଏ ର ଗୁଳି ବିନିମୟ ହୋଇଥିଲା । ସୁରକ୍ଷାକର୍ମୀଙ୍କ ଗୁଳିରେ ୟୁକେଏନ୍ଏ ର ୪ ଜଣ ଆତଙ୍କବାଦୀ ନିହତ ହୋଇଥିବା ଜଣେ ପ୍ରତିରକ୍ଷା ମୁଖପାତ୍ର କହିଛନ୍ତି । ୟୁକେଏନ୍ଏ ର ଅତ୍ୟାଚାର ପରେ ଆସାମ ରାଇଫଲ୍ସ ଓ ଉତ୍ତର-ପୂର୍ବ ସେଣ୍ଟିନେଲ୍ସ ଏହି ଅଭିଯାନ ଆରମ୍ଭ କରିଥିଲେ । ମଣିପୁରର ଚୁରାଚାନ୍ଦପୁର ଜିଲାରୁ ୮୦କିମି ଦୂରରେ ଥିବା ଖାନପି ଗାଁର ଏକ ଘରେ ୧୭ ଜଣ ୟୁକେଏନ୍ଏ ଆତଙ୍କବାଦୀ ଆଶ୍ରୟ ନେଇଥିବାର ଖବର ପାଇ ସେନାମାନେ ସେଠାରେ ପହଞ୍ଚିଥିଲେ । ୧୭ଜଣଙ୍କ ମଧ୍ୟରୁ ଜଣେ ସେନାଦ୍ଵାରା ଧରାପଡ଼ିଥିବାବେଳେ ବାକି ମାନେ ଖସିଯିବାରେ ସଫଳ ହୋଇଛନ୍ତି । ଗୁଳିବିନିମୟରେ ୪ ଜଣଙ୍କର ମୃତ୍ୟୁ ହୋଇଛି।

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://jagratbharatnews.in/wp-content/uploads/2025/11/Picsart_25-11-05_07-59-52-526-3.jpg)

