ଭଟଲି ରେ ମହାକଳସି ପୂଜା ମହୋତ୍ସବ ୨୦୨୫ ଉଦଯାପିତ
ଭଟଲି ( ଅଭିମନ୍ୟୁ ପଧାନ) :-ଭଟଲି ରେ ଗତ ୨ ନଭେମ୍ବର ରୁ ଆରମ୍ଭ ହୋଇଥିବା ମହାକାଳସି ପୂଜା ମହୋତ୍ସବ 2025 ଉଦଯାପିତ ହୋଇଯାଇଛି l ବୀର ସୁରେନ୍ଦ୍ର ସାଏ, ଭଟଲି ପାତିକାର ପଲ୍ଲୀ ଦ୍ୱାରା ଆୟୋଜିତ ଏହି ପଞ୍ଚଦିନାତ୍ମକ ପର୍ବ ଭଟଲି ରଥଦାଣ୍ଡ ପଡିଆରେ ଯାତ୍ରା ସମ୍ରାଟ ଶ୍ରୀ ଗଣେଶ ଅପେରା, ଯଶୋବନ୍ତ ସାଗର ଅରକେଷ୍ଟ୍ରା, ରଜନୀଗନ୍ଧା ଟୁକେଲ ଦଣ୍ଡ ନୃତ୍ୟ, ମହିଷା ମର୍ଦିନୀ ନାଟକ ଭଳି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା l ଶ୍ରୀମତୀ ସିନ୍ଧୁନନ୍ଦିନୀ ଆଚାର୍ଯ୍ୟ ସମାଜସେବୀ ଏବଂ ପୂର୍ବତନ ସରପଞ୍ଚ ପ୍ରହଲ୍ଲାଦ ପଧାନ ଙ୍କ ଦ୍ୱାରା ଉଦଘାଟନ ହୋଇ ଥିବା ବେଳେ, ଶ୍ରୀ ବିଜୟ ମେହେର, ସଭାପତି ବିଶ୍ୱ ହିନ୍ଦୁ ପରିଷଦ, ଭଟଲି ବ୍ଲକ ଙ୍କ ଦ୍ୱାରା ଉଦଯାପିତ ହୋଇଥିଲା l ଏହି ପରମ୍ପରା ଓ ବିଶ୍ୱାସ ଜନିତ ପର୍ବ ରେ ସଭାପତି ଶ୍ରୀ ନିରଞ୍ଜନ ପାତିକାର, ଉପସଭାପତି ଶ୍ରୀ ସାମନ୍ତ ପାତିକାର, ସମ୍ପାଦକ ଶ୍ରୀ ସରୋଜ ପାତିକାର, କୋଷାଦକ୍ଷ ଶ୍ରୀ ଅଶୋକ ପାତିକାର ଦାୟିତ୍ୱ ନିର୍ବାହ କରିଥିବା ବେଳେ ଶ୍ରୀ ଈଶ୍ୱର ପାତିକାର ଏବଂ ଶ୍ରୀ ଅନିଲ ପାତିକାର ସମସ୍ତ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ l



