ଛୀନତାଇ ଗ୍ୟାଙ୍ଗକୁ ଧରିଲା ପୋଲିସ

ଅନୁଗୋଳ – ପୋଲିସ ହାବୁଡ଼ରେ ଚେନ ଛୀନତାଇ ଗ୍ୟାଙ୍ଗ । ଗତ କିଛି ବର୍ଷ ହେଲା ତାଳଚେର ଓ ଏହାର ଆଖପାଖ ଅଞ୍ଚଳରୁ ମହିଳାଙ୍କ ବେକାରୁ ସୁନାଚେନ ଛିଣ୍ଡାଇ ନେଇ ଯାଉଥିବା ଏକ ଗ୍ୟାଙ୍ଗକୁ ପୋଲିସ ଧରିବାରେ ସଫଳ ହୋଇଛି । ଏମାନଙ୍କ ନାମରେ ୬୦ ରୁ ଅଧିକ ମାମଲା ଥିବା ଅନୁଗୋଳ ଏସ ପି ରାହୁଲ ଜୈନ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଗିରଫ ମାନଙ୍କ ମଧ୍ୟରେ ଦୁଇ ଜଣ ଲୁଟେରା ରହିଥିବା ବେଳେ ୪ ଜଣ ସୁନା କିଣିବା ଲୋକ ଅଛନ୍ତି । ଗିରଫ ଲୁଟେରା ଦୁଇଜଣ ହେଲେ ସୁଶୀଲ ନାଏକ ଏବଂ ଅଖିଳ ନାଏକଙ୍କ ନାମତେ ୧୩ ମାମଲା ରହିଥିବା ବେଳେ ସେମାନଙ୍କ ସହଯୋଗୀ ଭିକି ନାଏକ ନାମରେ ୩୮ ଟି ମାମଲା ରହିଛି । ତେବେ ଏବେ ମଧ୍ୟ ଭିକି ଫେରାର ରହିଥିବା ବେଳେ ପୋଲିସ ତାକୁ ଧରିବାକୁ ଚେଷ୍ଟା ଜାରି ରଖିଛି । ଗିରଫ ଅଭିଯୁକ୍ତ ମାନଙ୍କ ଠାରୁ ଗୋଟିଏ ଭୁଜାଲି , ୫ ଟି ସୁନା ଚେନ ,୪୪ ହଜାର ନଗଦ ଟଙ୍କା , ତିନି ଗୋଟି ମୋବାଇଲ , ଦୁଇଟି ମୋଟରସାଇକେଲ ଜବତ କରାଯାଇଛି । ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ।



