ନାଲକୋ ଜୁନିଅର ଡିପିଏସ ସ୍କୁଲରେ ଫୁଟିଲା ବୋମା,ଦୁଇଗୋଷ୍ଠୀ ମଧ୍ୟରେ ବିବାଦ

ଘରୋଇ କୋଚିଙ୍ଗ ଅନୁଷ୍ଠାନକୁ ବିଦ୍ୟାଳୟ ପରିସରରେ କୋଚିଙ୍ଗ ପାଇଁ ଅନୁମତି ଦେଲା କିଏ ଓ କାହିଁକି? ତିନି ଜଣ ସୁରକ୍ଷାକର୍ମୀ ବଦଳରେ ଜଣେ ସୁରକ୍ଷାକର୍ମୀ ଥିବାରୁ ଘଟୁଛି କି ଅଘଟଣ

ବଅଁରପାଳ:ନାଲକୋ ନଗର ପରିସରରେ ଥିବା ଜୁନିଅର ଡିପିଏସ ସ୍କୁଲରେ ଛାତ୍ର ଓ ଅଣଛାତ୍ର ମାନଙ୍କ ମଧ୍ୟରେ ବିବାଦ ଉଗ୍ର ରୂପ ଧାରଣ କରିଛି । ସୂଚନା ଅନୁଯାୟୀ, ଏକ ଅଣଛାତ୍ର ଗୋଷ୍ଠୀ ଦୁଇ ଦିନ ତଳେ ଡିପିଏସ ଶିକ୍ଷକଙ୍କ କ୍ୱାଟରକୁ ବୋମା ମାଡ଼ କରି ଭୟଭୀତ କରିବା ସହ ଆତଙ୍କ ଖେଳାଇଥିଲେ । ଏହା ପରେ ଗତକାଲି ଡିପିଏସ ସ୍କୁଲ ପରିସରକୁ ବୋତଲ ବୋମା ମାଡ଼ କରିଥିଲେ । ଏହି ଘଟଣାକୁ କେନ୍ଦ୍ର କରି ନାଲକୋ ଘରୋଇ ସୁରକ୍ଷା କର୍ମୀ ସଜାଗ ହୋଇଯାଇଥିଲେ । ଆଜି ସନ୍ଧ୍ୟାରେ ଦୁଇ ଗୋଷ୍ଠୀ ଜୁନିଅର ଡିପିଏସ ସ୍କୁଲରେ ସ୍କୁଲର ସୁରକ୍ଷା କର୍ମୀଙ୍କୁ ଧମକ ଚମକ ଦେବା ସହ ମୁହାଁ ମୁହିଁ ଆତଙ୍କ ଖେଳାଇଥିଲେ।ପୂର୍ବ ପ୍ରସ୍ତୁତି ଅନୁଯାୟୀ ନାଲକୋ ଘରୋଇ ସୁରକ୍ଷା କର୍ମୀ କିଛି ଅଣଛାତ୍ରକୁ କାବୁ କରି ଆଣି ସୁରକ୍ଷା କାର୍ଯ୍ୟାଳୟରେ ଅଟକ ରଖିଥିଲେ । ନାଲକୋ ପୋଲିସ ସୂଚନା ପାଇ କାର୍ଯ୍ୟାଳୟକୁ ଆସି ଘଟଣାର ଅନୁସନ୍ଧାନ କରିବା ସହ ପଚରାଉଚରା ଜାରି ରଖିଛନ୍ତି । ଘଟଣାସ୍ଥଳରୁ ସୁରକ୍ଷା କର୍ମୀ କିଛି ଅଣଛାତ୍ରଙ୍କୁ ଅଟକ ରଖିବା ସହ ନାଲକୋ ପୋଲିସ ପହଞ୍ଚି ପଚାରାଉଚରା ଜାରି ରଖିଛନ୍ତି । ଘଟଣାକୁ ଅନୁଧ୍ୟାନ କରି ନାଲକୋ କତ୍ତୃପକ୍ଷ ଡିପିଏସ ସ୍କୁଲ ଅଧ୍ୟକ୍ଷ ଓ ଶିକ୍ଷକ ମାନଙ୍କୁ ଡକାଇ ସୁରକ୍ଷା କର୍ମୀ କାର୍ଯ୍ୟାଳୟରେ ପଚାରାଉଚରା ଜାରି କରୁଛନ୍ତି । ଏହି ଘଟଣାରେ ଆହୁରି ଅନେକ ସମ୍ପୃକ୍ତ ଥିବା ନେଇ ଅଟକ ଯୁବକ ପୋଲିସ ନିକଟରେ ପ୍ରକାଶ କରିଅଛି। ନାଲକୋ ମଧ୍ୟରେ ଅନେକ ଘର ଥିବାବେଳେ ବିଦ୍ୟାଳୟ ପରିସରରେ ଘରୋଇ କୋଚିଂ ସଂସ୍ଥା କୁ ଚଳାଇବା ନିମନ୍ତେ ଅନୁମତି କିଏ ଦେଇଛି, କାହିଁକି ଦେଇଛନ୍ତି ବୋଲି ଚ଼ର୍ଚ୍ଚା ଜୋର ଧରିଛି, ନାଲକୋରେ ମାଳମାଳ ସୁରକ୍ଷାକର୍ମୀ ଥିବାବେଳେ କାହିଁକି ଏଭଳି ଘଟଣା ବାରମ୍ଵାର ଘଟୁଛି ତାହା ଏବେ ପ୍ରଶ୍ନବାଚି ସୃଷ୍ଟି କରିଛି । ଅନୁଗୋଳ ରୁ ସୁଧାକର ସାହୁଙ୍କ ରିପୋର୍ଟ




